Breaking PLUSଦେଶମୁଖ୍ୟ ଖବର

ଜ୍ଞାନବାପୀ ସର୍ଭେ ରିପୋର୍ଟ ଦାଖଲ କରିବାକୁ କୋର୍ଟଙ୍କୁ ତିନି ସପ୍ତାହ ସମୟ ମାଗିଲେ ଏଏସଆଇ

ବାରଣାସୀ- ଜ୍ଞାନବାପୀ ପରିସରରେ ହୋଇଥିବା ସର୍ଭେ ରିପୋର୍ଟ ଦାଖଲ କରିବା ପାଇଁ ଏଏସଆଇ ଜିଲ୍ଲା କୋର୍ଟଙ୍କୁ ତିନି ସପ୍ତାହ ସମୟ ମାଗିଛନ୍ତି । ମଙ୍ଗଳବାର ଏଏସଆଇ ଓକିଲ ଏନେଇ କୋର୍ଟରେ ପିଟିସନ ଦାୟର କରିଛନ୍ତି । ଏହି ମାମଲାରେ ଜିଲ୍ଲା କୋର୍ଟ ବୁଧବାର ନିଷ୍ପତ୍ତି ଶୁଣାଇବେ । ଏହାପର୍ବରୁ ନଭେମ୍ବର 17ରେ ଏଏସଆଇ କୋର୍ଟରେ 15ଦିନ ସମୟ ପାଇଁ ପିଟିସନ ଦାୟର କରିଥିଲେ । ତେବେ କୋର୍ଟ 10ଦିନ ସମୟ ପ୍ରଦାନ କରିଥିଲେ । ଆଜି କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିବାର ଥିଲା । କିନ୍ତୁ ରିପୋର୍ଟ ସମ୍ପୂର୍ଣ୍ଣ ହୋଇନଥିବାରୁ ଏଏସଆଇ ପକ୍ଷରୁ 21ଦିନ ସମୟ ମଗାଯାଇଛି ।

Show More

Related Articles

Back to top button