Breaking PLUSଦେଶମୁଖ୍ୟ ଖବରରାଜନୀତି

ଅମିତ ଶାହଙ୍କ ଗସ୍ତକୁ ବିରୋଧ କରି କଳା ଦିବସ ପାଳନ କରିବ ତୃଣମୂଳ

କୋଲକାତା, ୨୮ ନଭେମ୍ବର- ଆସନ୍ତାକାଲି କୋଲକାତା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଜେପି ପକ୍ଷରୁ ଆୟୋଜିତ ଏକ ମେଗା ରାଲିରେ ଅମିତ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହାକୁ କଳାଦିବସ ଭାବେ ତୃଣମୂଳ କଂଗ୍ରେସ ପାଳନ କରିବାକୁ ନିଷ୍ପତ୍ତି ନେଇଛି ।
ପ୍ରତିବାଦରେ ବିଧାନସଭା ଅଧିବେଶନରେ ଦଳର ସମସ୍ତ ବିଧାୟକ ମାନେ କଳା କପଡା ପିନ୍ଧି ଯୋଗ ଦେବେ ବୋଲି କହିଛନ୍ତି ଦଳର ସମସ୍ୟ । ଅନ୍ୟପଟେ କ୍ଷମତାସୀନ ତୃଣମୂଳ କଂଗ୍ରେସ ପ୍ରତିବର୍ଷ ଜୁଲାଇ 21ରେ ନିଜର ସହିଦ ଦିବସ ସମାରୋହ ଆୟୋଜନ କରୁଥିବା ସ୍ଥାନରେ ରାଲି ଆୟୋଜିତ ହେଉଛି । ମନରେଗା ଯୋଜନାର କ୍ରିୟାନ୍ୱୟନରେ ଅନିୟମିତତା ବିରୋଧରେ ଏହି ରାଲି ଆୟୋଜିତ ହେଉଛି । ରାଲିରେ ଶାହଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି ପ୍ରମୁଖ ସାମିଲ ହେବେ ।

Show More

Related Articles

Back to top button