Breaking PLUSଦେଶମୁଖ୍ୟ ଖବରରାଜନୀତି

ପଶ୍ଚିମବଙ୍ଗ ବିଧାନସଭାର ଶୀତକାଳୀନ ଅଧିବେଶନରୁ ଶୁଭେନ୍ଦୁ ଅଧିକାରୀଙ୍କୁ ସସପେଣ୍ଡ

କୋଲକାତା- ପଶ୍ଚିମବଙ୍ଗ ବିଧାନସଭାର ଶୀତକାଳୀନ ଅଧିବେଶନରୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । ବିଧାନସଭା ବାଚସ୍ପତି ଭିମାନ ବାନାର୍ଜୀ ଘୋଷଣା କରିଛନ୍ତି ଯେ, ଶୁଭେନ୍ଦୁ ଅଧିକାରୀ ଗୃହର ନିୟମ ଓ ପ୍ରୋଟୋକଲର ଅଗ୍ରହଣୀୟ ବ୍ୟବହାର କରିଥିବା ଅଭିଯୋଗରେ ସସପେଣ୍ଡ କରାଯାଇଛି ।
ବିଜେପି ବିଧାୟକ ଶଙ୍କର ଘୋଷଙ୍କ ଏକ ସ୍ୱତନ୍ତ୍ର ଶବ୍ଦକୁ ଗୃହର କାର୍ଯ୍ୟକାରୀରୁ ବାଚସ୍ପତି ହଟାଇବା ପରେ ହଟ୍ଟଗୋଳ ହୋଇଥିଲା । ଶବ୍ଦ ହଟାଇବାକୁ ବିରୋଧ କରିଥିଲେ ଶୁଭେନ୍ଦୁ ଏବଂ ଧାରଣା ଦେଇଥିଲେ । ଏନେଇ ବାଚସ୍ପତି ଶୁଭେନ୍ଦୁ ଅଧିକାରୀଙ୍କୁ ଚେତାବନୀ ଦେଇଥିଲେ । ଏବଂ ତାଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ । ଏହାପରେ ଶୁଭେନ୍ଦୁ ଅଧିକରୀଙ୍କୁ ନିଲମ୍ବନ କରାଯାଇଛି ।

Show More

Related Articles

Back to top button