ଅପରାଧଆଇନ କାନୁନମୁଖ୍ୟ ଖବରସ୍ୱତନ୍ତ୍ର

୩ ସନ୍ତାନଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଲା ସଇତାନ୍ ବାପା

ଅଭିଯୁକ୍ତ ଫେରାର୍

ସଇତାନ୍ ସାଜିଲା ବାପା । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କୁଲାମୁଣ୍ଡା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମଦ ପିଇ ମାତାଲ୍ ହୋଇ ନିଜର ୩ ସନ୍ତାନଙ୍କୁ ହତ୍ୟା କରି କୂଅରେ ଫୋପାଡ଼ି ଦେଇଛି ସଇତାନ୍ ବାପା । ପୋଲିସ୍ ର ତଦନ୍ତ ଆରମ୍ଭ । ଅଭିଯୁକ୍ତ ଫେରାର୍ ।

ସୂଚନା ଅନୁଯାୟୀ , ପାଣ୍ଡୁ ମୁଣ୍ଡା ତାଙ୍କ ସ୍ତ୍ରୀ ଧୁବୁଲି ମୁଣ୍ଡା ଏବଂ ୩ ସନ୍ତାନ ଏକତ୍ର କୁଲାମୁଣ୍ଡା ଗାଁରେ ବାସ କରନ୍ତି । ଗତକାଲି ବିଳମ୍ବିତ ରାତିରେ ପାଣ୍ଡୁ ମୁଣ୍ଡା ମଦ ପିଇ ଘରକୁ ଫେରି ସ୍ତ୍ରୀକୁ ମାରିବା ପାଇଁ ହଠାତ୍ ଟାଙ୍ଗିଆ ଉଠାଇଥିଲା । ଜୀବନ ବିକଳରେ ଧୁବୁଲି ମୁଣ୍ଡା ଦୌଡି ପଳାଇଥିଲା । ଏହାପରେ ନୃଶଂସ ବାପା ନିଜ ୫ ବର୍ଷର ଝିଅ ସୀମା ମୁଣ୍ଡା , ୨ ବର୍ଷର ପୁଅ ରାଜୁ ମୁଣ୍ଡା ଏବଂ ୨ ମାସର ଝିଅକୁ ନିର୍ମମ ଭାବେ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲା । ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଫେରାର୍ ଅଛି । ତେବେ ହତ୍ୟାର କାରଣକୁ ନେଇ କୈଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

 

Show More

Related Articles

Back to top button