Breaking PLUSଦେଶମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ବନ୍ଦ ହୋଇଗଲା ଆଉ ଏକ ଓଡିଆ ଗଣମାଧ୍ୟମ : ମଞ୍ଜରୀ ଟିଭି

ଗୋଟିଏ ପରେ ଗୋଟିଏ ଚ୍ୟାନେଲ ବନ୍ଦ ହେବାକୁ ଯାଉଛି।

ଭୁବନେଶ୍ୱର: ବର୍ତ୍ତମାନ କରୋନା ମହାମାରୀ ପରେ ଓଡିଶା ଗଣମାଧ୍ୟମ ଏକ ବଡ ବିପଦଜ୍ଜନକ ପରିସ୍ଥିତି ଦେଇ ଗତି କରୁଛି। କାରଣ ଗୋଟିଏ ପରେ ଗୋଟିଏ ଚ୍ୟାନେଲ ବନ୍ଦ ହେବାକୁ ଯାଉଛି। ନିକଟରେ ଭାରତର ପ୍ରତିଷ୍ଠିତ ନ୍ୟୁଜ ନେଟୱେର୍କ ଜୀ ମିଡିଆ କରପୋର୍ରେସନ, ତାହାର ଜୀ ଓଡିଶା ଚ୍ୟାନେଲ ବନ୍ଦ କଲା। ଏହି ଚ୍ୟାନେଲରେ କାମ କରୁଥିବା ପ୍ରାୟ କୋଡିଏରୁ ଉର୍ଦ୍ଧ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିଦିଆଗଲା । ଏହିପରି ପରିସ୍ଥିତିରେ ଓଡିଶାରେ ଆଉ ଏକ ଚ୍ୟାନେଲ ମଧ୍ୟ ତାହାର ପ୍ରସାରଣ ବନ୍ଦ କରିଛି। ସେହି ଚ୍ୟାନେଲଟି ହେଲା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ‘ମଞ୍ଜରୀ’ ଟିଭି। ଏହି ଚ୍ୟାନେଲଟି କମ୍ପାନୀର ମନୋରଞ୍ଜନ ଚ୍ୟାନେଲ ଥିଲା। ଖୁବ କମ ଦିନ ମଧ୍ୟରେ ଏହି ଚ୍ୟାନେଲଟି ଆରମ୍ଭ ହୋଇ ବନ୍ଦ ହୋଇଗଲା। କିଛି ଦିନ ତଳେ ଏହି ଚ୍ୟାନେଲର ମୁଖ୍ୟ ରତିକାନ୍ତ ଶତପଥୀ କର୍ମଚାରୀଙ୍କୁ ଡାକି ମଞ୍ଜରୀ ଟିଭିର ଆଉ କୌଣସି କାର୍ଯ୍ୟକ୍ରମ ସୁଟିଂ ହେବ ନାହିଁ ବୋଲି ଘୋଷଣା କଲେ। ଏଥିରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ କଂପାନୀର ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବ। ହେଲେ ଯେଉଁମାନେ କୌଣସି ସ୍ଥାନରେ ଉପଯୁକ୍ତ ହେବେ ନାହିଁ ସେମାନଙ୍କୁ ଇସ୍ତଫା ଦେବାକୁ ପଡିବ ବୋଲି ଜଣାଇ ଦେଇଛନ୍ତି। ଏହି ଘୋଷଣା ପରେ କମ୍ପାନୀ ବର୍ତ୍ତମାନ ସମସ୍ତ ଡିଟିଏଚରୁ ‘ମଞ୍ଜରୀ ଟିଭି’ର ପ୍ରସାରଣ ସଂଯୋଗ କାଟି ଦେଇଛି। ମୁଖ୍ୟତଃ ବର୍ତ୍ତମାନ ଓଡିଶା ମିଡିଆ ବଜାରରେ ମଞ୍ଜରୀ ପ୍ରତିଯୋଗୀତା କରିବାକୁ ସମର୍ଥ ହୋଇପାରିଲା ନାହିଁ। ହେଲେ ଇଷ୍ଟର୍ଣ୍ଣ ମିଡିଆର ନ୍ୟୁଜ ଚ୍ୟାନେଲ ‘କନକ ଟିଭି’ ଏକ ପ୍ରକାରର ଭଲ ସ୍ଥିତିରେ ରହିଛି। ବାର୍କ ରିପୋର୍ଟ ଅନୁସାରେ କନକ ଟିଭି ଓଡିଶାର ଦ୍ୱାତୀୟ ନ୍ୟୁଜ ଚ୍ୟାନେଲ ଭାବେ ସ୍ଥିତି ବଜାଇ ରଖିଛି। ସେହିପରି ଏହି କମ୍ପାନୀ ସବୁଠାରୁ ଭଲ ସ୍ଥିତିରେ ଥିବା ମିଡିଆ ହେଉଛି ‘ସମ୍ବାଦ’ ନ୍ୟୁଜ ପେପର। ଏହି ଦୁଇ ଗଣମାଧ୍ୟମ ବର୍ତ୍ତମାନ କମ୍ପାନୀର ଭଲ ଆୟକାରୀ ସଂସ୍ଥା ଭାବେ ପରିଚିତ ହୋଇପାରିଛି। ଦେଶର ପ୍ରତିଷ୍ଠିତ ମନୋରଞ୍ଜନ ଚ୍ୟାନେଲ କଂପାନୀ ‘ଷ୍ଟାର ନେଟୱେର୍କ’ ଖୁବ ଶିଘ୍ର ଏକ ଓଡିଆ ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛି। ତାହା ହେଲା ‘ଷ୍ଟାର କିରଣ’। ଏହା ଉଭୟ SD ଏବଂ HD ଫର୍ମାଟରେ ପ୍ରସାରଣ ହେବ। ଷ୍ଟାର କିରଣ ଯେଉଁ ହାଇ ବଜେଟର କାର୍ଯ୍ୟକ୍ରମ ନେଇ ଆସୁଛି ତାହା ଅନ୍ୟ ଚ୍ୟାନେଲ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଯିବ ବୋଲି ସୂଚନା ମିଳୁଛି ।

Show More

Related Articles

Back to top button