Breaking PLUSଦେଶମୁଖ୍ୟ ଖବର

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ 6 ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ, 1 ମାର୍ଚ୍ଚ – ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ 6ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ମାର୍ଚ୍ଚ 11 ଯାଏ ବୃଦ୍ଧି କରିଛନ୍ତି । ଅତିରିକ୍ତ ସେସନ୍ସ ଜଜ ହରଦୀପ କୌର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ହାଜିରି ସମୟରେ ଅଭିଯୁକ୍ତ ନୀଲମ ଆଜାଦ କୋର୍ଟଙ୍କୁ କହିଥିଲେ ଯେ, ସେ ତାଙ୍କ ଓକିଲ ସୁରେଶ ଚୌଧୁରୀଙ୍କୁ ପରିବର୍ତ୍ତନ କରୁଛନ୍ତି । ଅନ୍ୟ ଅଭିଯୁକ୍ତମାନେ କହିଥିଲେ ଯେ, ସେମାନେ ବି ତାଙ୍କର ଓକିଲ କରିବାକୁ ଚାହାନ୍ତି । ଆଜି ସମସ୍ତ ଅଭିଯୁକ୍ତଙ୍କ ନ୍ୟୟିକ ହେପାଜତ ଶେଷ ହେଉଥିଲା । ଯାହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

Show More

Related Articles

Back to top button