Breaking PLUSଦେଶମୁଖ୍ୟ ଖବର

ହର୍ଲର ଲୋକାର୍ପଣ, ମୋଦି ଗ୍ୟାରେଣ୍ଟି ହେଲା ପୂର୍ଣ୍ଣ- ନରେନ୍ଦ୍ର ମୋଦି

35,700 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ
ଧାନବାଦ, 1 ମାର୍ଚ୍ଚ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଧାନବାଦରେ 35,700 କୋଟି ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିରେ ହର୍ଲ ସିନ୍ଦରି, ମୋହନପୁର ହଂସଡିହା ନୂଆ ରେଳପଥ, ଦେଓଘର-ଦୁବ୍ରିଗଡ ଟ୍ରେନ, ଟୋରି ଶିବପୁର ବିରାଦରି ରେଳଲାଇନ ଓ ଏନଟିପିସି ଏସଏସଟିପି ଚତରା ସମେତ ଅନ୍ୟ ଯୋଜନା ସାମିଲ । ଏହି ଅବସରରେ ପିଏମ ମୋଦି ନୂଆ ଟ୍ରେନକୁ ଭର୍ଚୁଆଲରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପ୍ରଧାନମନ୍ତ୍ରୀ ଧନବାଦ ଜିଲ୍ଲାରେ ସିନ୍ଦରୀରେ ହର୍ଲ ସାର କାରଖାନାର ଲୋକାର୍ପଣ କରିବା ପରେ କହିଥିଲେ ଯେ, ମୁଁ 2018ରେ ବନ୍ଦ ପଡିଥିବା ଏହି ସାର କାରଖାନାକୁ ଚାଲୁ କରିବାକୁ ସଂକଳ୍ପ ନେଇଥିଲେ । ମୁଁ ଆପଣଙ୍କୁ କହିଥିଲେ, ଏହି କାରଖାନାକୁ ଚାଲୁ କରିବି । ଆଜି ଏହାର ଲୋକାର୍ପଣ ହୋଇଛି । ଏହା ମୋଦିର ଗ୍ୟାରେଣ୍ଟି ଥିଲା ଏବଂ ଆଜି ଏହି ଗ୍ୟାରେଣ୍ଟି ପୂରଣ ହୋଇଛି । ମୋଦି ହର୍ଲର ସିସିଆରର ନିରୀକ୍ଷଣ କରିବା ପରେ ପ୍ଲାଣ୍ଟରେ କାମ କରୁଥିବା 47 ଶ୍ରମିକଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଥିଲେ ।
ପିଏମ ମୋଦି କହିଥିଲେ ଯେ, ଆଜି ଝାରଖଣ୍ଡକୁ 35ହଜାର କୋଟି ଟଙ୍କାରୁ ଅଧିକର ଯୋଜନା ଉପହାର ମିଳିଛି । ମୁଁ ମୋର ଚାଷୀ ଭାଇ, ଆଦିବାସୀ ସମାଜର ଲୋକଙ୍କୁ ଓ ଝାରଖଣ୍ଡର ଲୋକଙ୍କୁ ଏହି ଯୋଜନା ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

Show More

Related Articles

Back to top button