Breaking PLUSଦେଶମୁଖ୍ୟ ଖବର

ଅମିତ ଶାହ ଶନିବାର ସହରୀ ସହକାରୀ ବ୍ୟାଙ୍କ ପାଇଁ ଏନୟୁସିଏଫଡିସିର କରିବେ ଉଦଘାଟନ

ନୂଆଦିଲ୍ଲୀ, 1 ମାର୍ଚ୍ଚ- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନୂଆଦିଳ୍ଲୀର ବିଜ୍ଞାନଭବନରେ ସହରୀ ସହକାରୀ ବ୍ୟାଙ୍କ ପାଇଁ ଅମ୍ବ୍ରେଲା ସଂଗଠନ ନ୍ୟାସନାଲ ଅର୍ବାନ କୋଅପରେଟିଭ ଫାଇନାନ୍ସ ଆଣ୍ଡ ଡେଭଲପମେଂଟ କର୍ପୋରେସନ ଲିମିଟେଡର ଉଦଘାଟନ କରିବେ ।
ଏନୟୁସିଏଫଡିସିକୁ ଅଣବ୍ୟାଙ୍କିଂ ଆର୍ଥିକ କମ୍ପାନୀ ଭାବେ କାର୍ଯ୍ୟ କରିବ ପାଇଁ ଆରବିଆଇରୁ ପଂଜିକରଣ ପ୍ରମାଣପତ୍ର ମିଳିଛି, ଯେଉଁଥିରେ ଏହି ଅମ୍ବ୍ରେଲା ସଙ୍ଗଠନକୁ ସହରୀ ସହକାରୀ ବ୍ୟାଙ୍କିଂ କ୍ଷେତ୍ର ପାଇଁ ଏକ ସ୍ୱ-ନିୟାମକ ସଂଗଠନ ଭାବେ କାମ କରିବାକୁ ଅନୁମତି ଦିଆଯିବ । ଏହି ଅମ୍ବ୍ରେଲା ସଂଗଠନର ସ୍ଥାପନାରେ ସହକାରୀ ବ୍ୟାଙ୍କ ପାଇଁ ବିଶେଷ କାର୍ଯ୍ୟ ଓ ସେବା ସୁନିଶ୍ଚିତ ହେବ । ବ୍ୟାଙ୍କ ଓ ନିୟାମକ ମଧ୍ୟରେ ସଂଚାର ସୁବିଧା ମିଳିବ ଏବଂ ସହରୀ ସହକାରୀ ବ୍ୟାଙ୍କ ସାମ୍ନାକୁ ଆସୁଥିବା ଚ୍ୟାଲେଂଜ ଯେପରିକି ପୁରୁଣା ପ୍ରଯୁକ୍ତବିଦ୍ୟା ପ୍ଲାଟଫର୍ମ ଓ ସୀମିର ସେବାଗୁଡିକର ସମାଧାନ ହେବ ।

Show More

Related Articles

Back to top button