Breaking PLUSଦେଶମୁଖ୍ୟ ଖବର

ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଲା ୯୭.୬୨% ଦୁଇ ହଜାର ଟଙ୍କିଆ ନୋଟ – ରିଜର୍ଭ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ପ୍ରାୟ ୯୭.୬୨ ପ୍ରତିଶତ ନୋଟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିଆସିଛି ଏବଂ ପ୍ରତ୍ୟାହାର ହୋଇଥିବା ନୋଟର ମାତ୍ର ୮ ହଜାର ୪୭୦ କୋଟି ଟଙ୍କାର ନୋଟ୍ ଏବେ ବି ଜନସାଧାରଣଙ୍କ ପାଖରେ ରହିଛି। ୨୦୨୩ ମେ ୧୯ରେ ଆରବିଆଇ ୨୦୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ହଟାଇବାକୁ ଘୋଷଣା କରିଥିଲା।
ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ, ୨୦୨୩ ମେ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା ହେବା ବେଳକୁ ପ୍ରଚଳନରେ ଥିବା ୨,୦୦୦ ଟଙ୍କିଆ ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୪ ଫେବ୍ରୁଆରି ୨୯ ଶେଷ ସୁଦ୍ଧା ଏହା ୮ ହଜାର ୪୭୦ କୋଟି ଟଙ୍କାକୁ ଖସି ଆସିଛି।

Show More

Related Articles

Back to top button