Breaking PLUSଓଡ଼ିଶାମୁଖ୍ୟ ଖବର

ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନରେ ଦୃତ ଅଗ୍ରଗତି

୧୬ ତାରିଖ ଅପରାହ୍ନ ୨ଟା ସୁଦ୍ଧା ୩.୪୬ ଲକ୍ଷରୁ ଉର୍ଦ୍ଧ ଦରଖାସ୍ତ ପଞ୍ଜୀକୃତ

ଭୁବନେଶ୍ୱର- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ଆବେଦନ କ୍ଷେତ୍ରରେ ଦୃତ ଅଗ୍ରଗତି ପରିଲକ୍ଷିତ ହୋଇଛି । ଗ୍ରାମ ଓ ପଂଚାୟତ ସ୍ତରରେ ସଘନ ସଚେତନତା କାର୍ଯ୍ୟକ୍ରମ ଫଳରେ ଏହା ସମ୍ଭବ ହୋଇଛି । ଆଜି ( ଜାନୁଆରୀ ୧୬ ତାରିଖ ) ଅପରାହ୍ନ ୨ଟା ସୁଦ୍ଧା ସମୁଦାୟ ୩,୪୬,୨୯୪ଟି ପରିବାରଙ୍କର ଦରଖାସ୍ତ ଅନଲାଇନରେ ପଞ୍ଜୀକୃତ ହୋଇଛି । ଏହି ପଞ୍ଜୀକୃତ ଦରଖାସ୍ତରେ ୯.୭୦ ଲକ୍ଷରୁ ଉର୍ଦ୍ଧ ସଦସ୍ୟଙ୍କର ନାମ ରହିଛି ।

ସୂଚନାରୁ ଜଣାପଡିଛି, ସର୍ବାଧିକ ଗଞ୍ଜାମ ଜିଲାରୁ ୪୮,୫୦୦ ; ଖୋର୍ଦ୍ଧା ଜିଲାରୁ ୨୬,୮୨୫ ; କଟକରୁ ୨୮,୭୯୪ ; ଭଦ୍ରକରୁ ୨୩,୦୪୨ ଏବଂ ବାଲେଶ୍ବର ଜିଲ୍ଲାରୁ ୨୨,୫୭୦ ଦରଖାସ୍ତ ମିଳିଛି । ପୁରୀ ଜିଲ୍ଲାରୁ ୨୦,୭୪୪ ଦରଖାସ୍ତ ମିଳିଥିବା ବେଳେ କେନ୍ଦ୍ରାପଡାରୁ ୧୯,୫୭୮ ଓ ନୟାଗଡରୁ ୧୪,୯୪୭ ଦରଖାସ୍ତ ଅନଲାଇନରେ ପଞ୍ଜୀକୃତ ହୋଇଛି । ଜଗତତ୍ସିଂହପୁରରୁ ୧୫,୨୪୮, ଯାଜପୁରରୁ ୧୪,୦୬୧, ବରଗଡ଼ରୁ ୧୪,୫୬୯, ସୁନ୍ଦରଗଡ଼ରୁ ୧୨,୩୪୯, ଅନୁଗୋଳରୁ ୧୨,୩୯୭ ଏବଂ ଢେଙ୍କାନାଳରୁ ୧୧,୮୮୦ ଦରଖାସ୍ତ ମିଳିଛି । ୩୦ଟି ଯାକ ଜିଲ୍ଲାରୁ ଜିଲ୍ଲା ପିଛା ହାରାହାରି ୧୧,୫୦୦ରୁ ଉର୍ଦ୍ଧ ଦରଖାସ୍ତ ପଞ୍ଜୀକୃତ ହୋଇଛି ।

ସୂଚନାଯୋଗ୍ୟ, ଜନସାଧାରଣଙ୍କ ଠାରୁ ମିଳିଥିବା ମତାମତକୁ ବିଚାର କରି ରାଜ୍ୟ ସରକାର ଆଜି ଅନଲାଇନ ଦରଖାସ୍ତ ପଞ୍ଜୀକରଣ ସମୟସୀମାକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଏକ ସ୍ଵତନ୍ତ୍ର ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି । ବି ଏସ୍ କେ ୱାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ପରିବାରମାନେ ଚଳିତ ବର୍ଷ ମେ ମାସ ଠାରୁ ତାଲିକାଭୁକ୍ତ ଘରୋଇ ହସ୍ପିଟାଲମାନଙ୍କରେ ନିର୍ଦ୍ଧାରିତ ଗୁରୁତର ରୋଗଗୁଡ଼ିକର ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସୁବିଧା ପାଇବେ ।

Show More

Related Articles

Back to top button