Breaking PLUSଦେଶମୁଖ୍ୟ ଖବର

ଜାନୁୟାରୀ 22ରେ 1.25ଲକ୍ଷ ଦୀପରେ ଝଲସିବ ନେପାଳର ଜନକପୁରଧାମରେ ଜାନକି ମନ୍ଦିର ପରିସର

କାଠମାଣ୍ଡୁ, 16 ଜାନୁୟାରୀ – ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଗର୍ଭଗୃହରେ ଜାନୁୟାରୀ 22 ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ତାଙ୍କ ଶ୍ୱଶୁର ଘର ନେପାଳର ଜନକପୁରଧାମ ସ୍ଥିତ ଜାନକି ମନ୍ଦିର ପରିସରରେ 1.25ଲକ୍ଷ ଦୀପ ପ୍ରଜ୍ଜଳିତ କରିବାକୁ ଜୋରସୋରରେ ପ୍ରସ୍ତୁତି ଚାଲିଛି ।
ଜାନକି ମନ୍ଦିରର ଉତ୍ତରାଧିକାରୀ ମହନ୍ତ ରାମରୋଶନ ଦାସ ମଙ୍ଗଳବାର କହିଛନ୍ତି ଯେ, ଜାନକି ମନ୍ଦିର ପରିସରରେ 1.25ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରିବାକୁ ପ୍ରସ୍ତୁତି ଚାଲିଛି । ବିଭିନ୍ନ ଧାର୍ମିକ ସଂସ୍ଥାର ସହଯୋଗରେ ଜାନକି ମନ୍ଦିର ପରିସରରେ ଦୀପ ଜଳାଯିବ । ଜାନୁୟାରୀ 22ରେ ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯିବ । ଯାହାକୁ କି ଜାନକିପୁରମବାସୀଙ୍କ ମଧ୍ୟରେ ଘରକୁ ଘର ବିତରଣ କରାଯିବ ।

Show More

Related Articles

Back to top button