ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ସେବନ କରନ୍ତୁ ଏହି ୩ଟି ଜିନିଷ

ମଜବୁତ ହେବ ପ୍ରତିରୋଧକ କ୍ଷମତା

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିବା ନିହାତି ଆବଶ୍ୟକ । ରୋଗ ପ୍ରତିରୋଧକ କ୍ଷମତା ମଜବୁତ ଥିଲେ ଶରୀରକୁ କୌଣସି ରୋଗ ସହଜରେ ଆକ୍ରାନ୍ତ କରିନଥାଏ । ବର୍ତ୍ତମାନ ସାରା ବିଶ୍ୱ କରୋନା ମହାମାରୀ ଦ୍ୱାରା କବଳିତ । ସଂକ୍ରମଣରୁ ଦୁରେଇ ରହିବାକୁ ସମସ୍ତେ ରୋଗ ପ୍ରତିରୋଧକ କ୍ଷମତା ବଢାଇବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଲୋକେ ନାନା ଉପାୟ ଖୋଜୁଛନ୍ତି । କିଛି ଘରୋଇ ଉପାୟ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଯାଇପାରିବ । ସକାଳୁ ଖାଲି ପେଟରେ ଏହିସବୁ ଜିନିଷ ସେବନ କରିବା ଦ୍ୱାରା ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ଓ ଶରୀରକୁ ଅନେକ ଲାଭ ମିଳିଥାଏ । ପ୍ରତିରୋଧକ କ୍ଷମତା ବଢାଇବାକୁ ଖାଲି ପେଟରେ ଏହି ୩ଟି ସାମଗ୍ରୀ ସେବନ କରିପାରିବେ ।

୧. ରସୁଣ – ରସୁଣରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି । ଏହା ସଂକ୍ରମଣରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ଲଡ଼ ସୁଗାର ଲେଭଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ହୃଦ ସ୍ୱାସ୍ଥ୍ୟ ସୁଧାରିବାକୁ ଓ ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ରସୁଣ ସାହାଯ୍ୟ କରିଥାଏ । ସକାଳୁ ଖାଲି ପେଟରେ ରସୁଣ ସେବନ କଲେ ଅନେକ ରୋଗ ଦୂର ହୋଇପାରିବ । ଖାଲି ପେଟରେ ଗରମ ପାଣି ସହ ୨-୩ଟି କୋଲା ରସୁଣ ସେବନ କରିପାରିବେ ।

୨. ଅଁଳା – ଅଁଳାରେ ଭରପୁର ମାତ୍ରାରେ ଭିଟାମିନ ସି ରହିଛି । ଏହା ଶରୀରର ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ । ଏହାକୁ ଛେଚି ଗରମ ପାଣି ସହ ସକାଳୁ ଖାଲି ପେଟରେ ସେବନ କରିପାରିବେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି, ଯେଉଁଥିପାଇଁ ଖାଲି ପେଟରେ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଅଁଳା ସେବନ ଦ୍ୱାରା ତ୍ୱଚା ମଧ୍ୟ ମସୃଣ ଓ ଉଜ୍ଜ୍ୱଳ ହୋଇଥାଏ । ଅଁଳା କେଶ ପାଇଁ ମଧ୍ୟ ବହୁତ ଉପଯୋଗୀ । ଏହା କେଶକୁ ମଜବୁତ କରିଥାଏ ।

୩. ମହୁ – ସକାଳୁ ଖାଲି ପେଟରେ ଗରମ ପାଣି ସହ ଏକ ଚାମଚ ମହୁ ସେବନ ଦ୍ୱାରା ଓଜନ କମ ହୋଇଥାଏ । ଏହା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ମଜବୁତ କରିଥାଏ । ମହୁ ତ୍ୱଚା ପାଇଁ ମଧ୍ୟ ବହୁତ ଉପଯୋଗୀ । ସ୍ୱାଦ ବଢାଇବା ପାଇଁ ଏଥିରେ ଲେମ୍ବୁ ମଧ୍ୟ ପକାଇପାରିବେ । ମହୁରେ ବହୁ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟରେ ରହିଛି ଯାହା ଶରୀରରେ ଫ୍ରି ରେଡିକାଲ ସହ ଲଢ଼ିବାରେ ସାହାଯ୍ୟ କରେ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ ।

Show More

Related Articles

Back to top button