ଖେଳ

ଭାରତରେ ନୁହେଁ ୟୁଏଇରେ ଖେଳାଯିବ ଟି-ଟ୍ବେଣ୍ଟି ବିଶ୍ବକପ !

କାହିଁକି ଏପରି କହିଲେ ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ?

ଭାରତରେ ଖେଳା ଯିବନି ଆଗାମୀ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । ଏଭଳି ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ଏହସାନ୍ ମନୀ । ଭାରତରେ କରୋନା ସଂକ୍ରମଣ ଶୀର୍ଷରେ ଥିବାରୁ ଟି-୨୦ ବିଶ୍ବକପ ୟୁଏଇ ରେ କରାଯିବ । ପୂର୍ବରୁ , ଆଇପିଏଲ ସିଜିନ-୧୪ର ଅବଶିଷ୍ଟ ମ୍ୟାଚ ୟୁଏଇରେ ଆୟୋଜନ କରାଯିବ ବୋଲି ଘୋଷଣା କରିସାରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା (BCCI) । ସେପଟେ ଭାରତରେ ଟି-୨୦ ବିଶ୍ବକପ ଆୟୋଜନ ହେବାକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନେବାକୁ ବିସିସିଆଇକୁ ସମୟ ଦେଇଛି ଇଣ୍ଟରନସନାଲ କ୍ରିକେଟ କାଉନସିଲ ବା ଆଇସିସି ।ସୂଚନାଯୋଗ୍ୟ, ଭାରତରେ ଏବେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ଆଗାମୀ ଦିନରେ ଭାରତରେ ତୃତୀୟ ଲହରକୁ ନେଇ ମଧ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଛନ୍ତି । ସେଥିପାଇଁ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ନେଇ ଆଶଙ୍କା ଦେଖାଦେଇଛି ।

ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ଏହସାନ୍ ମନୀ କହିଛନ୍ତି ଯେ, ପାକିସ୍ତାନ ସୁପର ଲିଗର ବାକିଥିବା ମ୍ୟାଚ ମଧ୍ୟ ୟୁଏଇରେ ଆୟୋଜନ କରିବା ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନାହିଁ । ଅନ୍ୟପଟେ ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଳର ଅବଶିଷ୍ଟ ମ୍ୟାଚ ଏବଂ ଏବେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ସମସ୍ତ ମ୍ୟାଚ ୟୁଏଇରେ କରାଯିବାକୁ ଯୋଜାନା ଚାଲିଛି । ପାକିସ୍ତାନ ପ୍ରିମିୟର ଲିଗର ବାକିଥିବା ମ୍ୟାଚ ଆସନ୍ତା ୯ ତାରିଖରୁ ୟୁଏଇରେ ଖେଳାଯିବ । ମନୀ କହିଛନ୍ତି ବିଶ୍ବ ଏବେ କରୋନା ମହାମାରୀ ସହ ସୁଝୁଥିବା ବେଳେ ଖଳାଳୀ ଏବଂ ଖେଳ ସହିତ ଜଡିତ ଅଧିକାରୀମାନଙ୍କ ସୁରକ୍ଷା ସର୍ବୋପରି ହେବା ଉଚିତ । ଏଥିପାଇଁ ଆମେ କୌଣସି ରିସ୍କ ନେବାକୁ ଚାହିଁବୁ ନାହିଁ ବୋଲି ଏହସାନ ମୋନୀ କହିଛନ୍ତି ।ପୂର୍ବରୁ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଆୟୋଜନ କରାଯିବାର ଥିଲା । କିନ୍ତୁ ଗତ ବର୍ଷ କରୋନା କାରଣରୁ ଏହି ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଇଥିଲା | ଏହା ପରେ ଭାରତକୁ ଏହାର ହୋଷ୍ଟିଂ ହସ୍ତାନ୍ତର କରାଯାଇଥିଲା। ଭାରତରେ ଏହି ଟୁର୍ଣ୍ଣମେଣ୍ଟ ଚଳିତ ବର୍ଷ ୧୮ ଅକ୍ଟୋବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବର ଅଛି | ଏଥର ୧୬ ଟି ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ଏବଂ ମୋଟ ୪୫ ଟି ମ୍ୟାଚ ଖେଳାଯିବ ।

Show More

Related Articles

Back to top button