ବଲିଉଡ

ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁର ୨୦ ଦିନ ପରେ ବି ନିଜକୁ ବୁଝାଇ ପାରିନାହାନ୍ତି ଶେହନାଜ

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁର ଝଟକାରୁ ଟେଲିଭିଜନ ଇଣ୍ଡଷ୍ଟ୍ରି ଏପର୍ଯ୍ୟନ୍ତ ବାହାରିପାରି ନାହିଁ । ନିକଟରେ ଏକ ଇଭେଣ୍ଟରେ ସିଦ୍ଧାର୍ଥଙ୍କ ବନ୍ଧୁ ପବିତ୍ରା ପୁନିଆ ଗଣମାଧ୍ୟମ ସହ ଏ ବିଷୟରେ କଥା ହୋଇଥିଲେ । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସିଦ୍ଧାର୍ଥଙ୍କୁ ସବୁଦିନ ପାଇଁ ହରାଇଛୁ ବୋଲି ହଜମ କରିବା କଷ୍ଟକର ହୋଇପଡୁଛି । ମୁଁ ଏପର୍ଯ୍ୟନ୍ତ ଶେହନାଜ ଗିଲଙ୍କ ସହ କଥା ହୋଇନାହିଁ । ମୁଁ ଭାବୁଛି ଏହି ସମୟରେ ସେମାନଙ୍କୁ ବିଚଳିତ ନକରି ଶାନ୍ତିପୂର୍ଣ୍ଣ ଭାବରେ ବଞ୍ଚିବାକୁ ଅନୁମତି ଦିଆଯିବା ଉଚିତ୍ । ମୁଁ ଭାବୁନାହିଁ ଯେ ସେ ବର୍ତ୍ତମାନ କଥାବାର୍ତ୍ତା କରିବାର ସ୍ଥିତିରେ ଥିବେ ଏବଂ ସେ ବର୍ତ୍ତମାନ କିପରି ଅଛନ୍ତି ବୋଲି ପଚାରିବା ମଧ୍ୟ ଭୁଲ ହେବ କାରଣ ମୁଁ ଜାଣେ ଯେ ସେ ବର୍ତ୍ତମାନ ମାନସିକ ସ୍ତରରେ ଆଦୌ ଭଲ ନଥିବେ ।

ପବିତ୍ରା ଆହୁରି ମଧ୍ୟ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ଶେହନାଜ ଯଥାଶୀଘ୍ର ସାଧାରଣ ଜୀବନକୁ ଫେରିଯାଆନ୍ତୁ କାରଣ ସିଦ୍ଧାର୍ଥ ମଧ୍ୟ ଏହା ଚାହାଁନ୍ତି । ଏହାପୂର୍ବରୁ ପବିତ୍ରା ଏକ ସାକ୍ଷାତକାରରେ କହିଥିଲେ ଯେ ସିଦ୍ଧାର୍ଥ-ଶେହନାଜଙ୍କ ସମ୍ପର୍କ କେବଳ ଗର୍ଲଫ୍ରେଣ୍ଡ କିମ୍ବା ବନ୍ଧୁତାଠାରୁ ଅଧିକ ନୁହେଁ, ବରଂ ସ୍ୱାମୀ-ସ୍ତ୍ରୀଙ୍କ ଅପେକ୍ଷା ଅଧିକ ଥିଲା ।

ଟେଲିଭିଜନ ଅଭିନେତା ସିଦ୍ଧାର୍ଥଙ୍କର ସେପ୍ଟେମ୍ବର ୨ ରେ ମୃତ୍ୟୁ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥଙ୍କର ହୃଦଘାତ ହୋଇଥିଲା, ଯାହା ପରେ ସେ ୨ ସେପ୍ଟେମ୍ବର ସକାଳେ ନିଦରୁ ଉଠି ପାରିନଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ବାନ୍ଧବୀ ଶେହନାଜ ଶେଷ ମୁହୂର୍ତ୍ତରେ ତାଙ୍କ ସହ ଥିଲେ। । ତାଙ୍କ ବିୟୋଗରେ ଶେହନାଜଙ୍କ ଅବସ୍ଥା ଭଲ ନଥିଲା । ଅନ୍ତିମ ସଂସ୍କାର ସମୟରେ ଶେହନାଜଙ୍କ ଦୁଃଖ ଛାତି ଥରାଇ ଦେଉଥିଲା । ଅନ୍ତିମ ସଂସ୍କାର ପରେ ଶେହନାଜଙ୍କ ଅବସ୍ଥା ଏତେ ଖରାପ ଥିଲା ଯେ ସେ ଠିକ୍ ଭାବରେ ଖାଇବା ପିଇବା କରୁନଥିଲେ ।

Show More

Related Articles

Back to top button