Breaking PLUSଦେଶରାଜନୀତି

୨୭ରେ ଭାରତ ବନ୍ଦ ଡାକରା ଦେଲା ସିପିଆଇ(ଏମ୍)

କେନ୍ଦ୍ର ସରକାରଙ୍କର କୃଷକ ମାରଣ ନୀତିକୁ ପ୍ରତିବାଦ କରି ଆସନ୍ତା ୨୭ ତାରିଖ ଦିନ ସିପିଆଇ(ଏମ୍‌) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ସିପିଆଇ(ଏମ)ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଥିଲେ । ଗତ ୧୦ ମାସରୁ ଉର୍ଦ୍ଧ୍ବ ସମୟ ଧରି କୃଷକମାନେ ଧରଣାରେ ବସିଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କ ସହ ଆଲୋଚନା କରୁନାହାନ୍ତି । ଇତି ମଧ୍ୟରେ ୬୦୦ରୁ ଉର୍ଦ୍ଧ୍ବ ଚାଷୀ ମୃତ୍ୟୁବରଣ କରିସାରିଲେଣି ।

କେନ୍ଦ୍ର ସରକାର କୃଷକମାନଙ୍କର ହିତ ଚାହୁଁ ନାହାନ୍ତି । ତେଣୁ ସାରା ଭାରତରେ ଏହାକୁ ନେଇ ଆସନ୍ତା ୨୭ ତାରିଖ ଦିନ କେନ୍ଦ୍ର ସରକାର ବିରୋଧରେ (ସିପିଆଇ-ଏମ୍‌) ଗର୍ଜିବ ବୋଲି ସେ କହିଥିଲେ । ଏଥିସହ ବିଜୁ ସ୍ବାସ୍ଥ୍ୟ କାର୍ଡରେ କୌଣସି ଲୋକ ଉପକୃତ ହୋଇପାରୁନଥିବା ଅଭିଯୋଗ କରାଯାଇଛି । ରାସନ କାର୍ଡ ଯାହାର ରହିଛି ସେ ହିଁ ଏହି ସ୍ବାସ୍ଥ୍ୟ ବୀମା ପାଇଛି । ଅନ୍ୟ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଂଚିତ ହୋଇଥିବାରୁ ସେମାନେ ଏହି ଲାଭ ଉଠାଇ ପାରିନାହାନ୍ତି । ନିର୍ବାଚନ ଥିବାରୁ ସରକାରଙ୍କର ଏହା ଏକ ଚାଲ ବୋଲି କୁହାଯାଇଛି ।

ପୋଲାଭରମ ପ୍ରକଳ୍ପ ଶେଷ ହେବାକୁ ଯାଉଥିବା ବେଳେ ମାଲାକନଗିରି ଅଂଚଳରେ ବହୁ କ୍ଷୟକ୍ଷତି ହେବ ।ତେବେ ରାଜ୍ୟ ସରକାରଙ୍କ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଥିଲା । ମୋଟୁ ଅଂଚଳର ବହୁ ଜଂଗଲ,ଜମି ଏବଂ ଘରଦ୍ବାରା ପାଣିରେ ବୁଡିଯିବାର ଆଂଶକା ରହିଥିଲେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗିବେ । ସେହିପରି ମାଲାକନଗିରି ଜିଲ୍ଲା ଲଘୁ ଖଣିଜରେ ଭରପୁର ରହିଛି । ଏହାକୁ ବାହାର ରାଜ୍ୟର ମାଫିଆମାନେ ଲୁଟ କରିବା ଆରମ୍ଭ କରିଦେଇଛନ୍ତି ।

ତେବେ ଏହାକୁ ପ୍ରଶାସନ ଏବଂ ସରକାର ରୋକିବା ଦିଗରେ ବିଫଳ ହୋଇଥିବା କୁହାଯାଇଛି । ଜଂଗଲ ଜମି ପଟ୍ଟା ବଣ୍ଟନରେ ଆଜି ବି ସରକାର ଉଦାସୀନତା ଦେଖାଇଛନ୍ତି ।ପ୍ରାୟ ୫ ହଜାର ଲୋକେ ଜଂଗଲ ଜମି ପଟ୍ଟା ପାଇଁ ଆବେଦନ କରିପାରୁନାହାନ୍ତି, ଯେଉଁମାନେ ଦୀର୍ଘ ଦିନ ଧରି ଜଂଗଲ ଜମିକୁ ନିଜ ଅଧିନରେ ରଖିଛନ୍ତି ସେମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।

Show More

Related Articles

Back to top button