ଦେଶସ୍ୱତନ୍ତ୍ର

ବ୍ରିଟେନ୍‌ ରାଜାଙ୍କ ଉପରକୁ ଅଣ୍ଡାମାଡ,ଜଣେ ଗିରଫ

ବ୍ରିଟେନ୍‌ ରାଜାଙ୍କ ଉପରକୁ ଅଣ୍ଡାମାଡ । ଲ୍ୟୁଟନ୍ ସହରରେ ଲୋକଙ୍କୁ ସାକ୍ଷାତ କରିବା ବେଳେ ବ୍ରିଟେନ୍‌ର ରାଜା କିଙ୍ଗ ଚାର୍ଲସଙ୍କ ଉପରକୁ ଅଣ୍ଡାମାଡ ହୋଇଛି । ଅଣ୍ଡା ଫୋପାଡିବା ପରେ ଯୁବକ ଜଣକ ସେଠାରୁ ଦୂରକୁ ଚାଲି ଯାଉଥିବାବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଗିରଫ ହେଇଛନ୍ତି ।

ବେଡଫୋର୍ଡଶାୟର ପୋଲିସର ସୂଚନା ଅନୁଯାୟୀ, ବ୍ରିଟେନ୍‌ର ରାଜା କିଙ୍ଗ ଚାର୍ଲସ୍ ନିଜ ପତ୍ନୀଙ୍କ କାମିଲାଙ୍କ ସହିତ ଏକ ଏନଗେଜମେଣ୍ଟରେ ଯାଇଥିବାବେଳେ ଲ୍ୟୁଟନ୍ ସହରରେ ଲୋକଙ୍କୁ ସାକ୍ଷାତ କରୁଥିଲେ । ଏହି ସମୟରେ ତାଙ୍କୁ ଭେଟିବା ପାଇଁ ଗହଳି ଲାଗିଯାଇଥିଲା ବେଳେ ଅଣ୍ଡାମାଡ ହୋଇଛି । ଅଣ୍ଡା ଫୋପାଡିବା ପରେ ଯୁବକ ଜଣକ ସେଠାରୁ ଦୂରକୁ ଚାଲିଯାଇଥିଲା, କିନ୍ତୁ ପୋଲିସ ତାକୁ ଗିରଫ କରିଥିଲା।

ସୋସିଆଲ ମିଡିଆରେ ତାଙ୍କର ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହେଉଛି। ଏଥିରେ ଦେଖିପାରିବେ ଯେ, ଅଣ୍ଡା କିଙ୍ଗ ଚାର୍ଲସ୍ ଓ ରାଣୀ କାମିଲାଙ୍କ ଉପରେ ଯାଇ ପଡି ଫାଟି ଯାଇଥିଲା। ତେବେ ଏହି ଘଟଣା ପରେ କୌଣସି ବିଶେଷ ବିବାଦ ଦେଖିବାକୁ ମିଳିନଥିଲା। କାର୍ଯ୍ୟକ୍ରମରେ ଦୁହେଁ ସ୍ବାଭାବିକ ଭାବରେ ସାମିଲ ହୋଇଥିଲେ। ଏହି ଘଟଣା ପରେ ୨୩ ବର୍ଷୀୟ ଆକ୍ରମଣକାରୀ ଯୁବକକୁ ପୋଲିସ ଗିରଫ କରିଛି। ଉଲ୍ଲେଖନୀୟ ଯେ, ବ୍ରିଟେନ୍‌ର ରାଜ ପରିବାର ଉପରେ ଅଣ୍ଡା ଫୋପଡା ଯିବା ଘଟଣା କିଛି ନୂଆ ନୁହେଁ।

Show More

Related Articles

Back to top button