ଦେଶରାଜନୀତି

ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନରେ AAPର ଦମଦାର ବିଜୟ,ଦ୍ୱିତୀୟରେ ବିଜେପି

ଦୀର୍ଘ ୧୫ ବର୍ଷ ପରେ ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନରେ AAPର ଦମଦାର ବିଜୟ । ଭାରତୀୟ ଜନତା ପାର୍ଟି କବ୍‌ଜାରେ ଥିବା ଦିଲ୍ଲୀ ମହାନଗର ନିଗମ କେଜରିଓ୍ବାଲଙ୍କ ଆପ୍‌ । ମୋଟ ୨୫୦ଟି ସିଟ୍‌ ମଧ୍ୟରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୨୬ ସିଟ୍‌ ଆବଶ୍ୟକତା ଥିଲାବେଳେ,ଅରବିନ୍ଦ କେଜରିଓ୍ବାଲଙ୍କ ଆପ୍‌ ୧୩୪ସିଟ୍‌ରେ ବିଜୟୀ ହେବା ସହିତ ମେୟର ଚୟନ ପାଇଁ ସଂଖା ଗରିଷ୍ଠତା ହାସଲ କରିସାରିଛି ।

ଅନ୍ୟପଟେ ବିଜେପି ୧୦୪ଟି ସିଟ୍‌ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୯ ଟି ସିଟ୍‌ ପାଇବାକୁ ସକ୍ଷମ ହୋଇଛି । ୨୦୧୭ ଏମସିଡି ନିର୍ବାଚନ ତୁଳନାରେ ଆମ୍‌ ଆଦମୀ ପାର୍ଟି ୮୩ଟି ସିଟ୍‌ ଅଧିକ ପାଇଛି । ଅନ୍ୟପଟେ ବିଜେପି ୫୯ଟି କମ୍‌ ସିଟ୍‌ ପାଇ ୧୦୪ରେ ସୀମିତ ରହିଥିବା ବେଳେ କଂଗ୍ରେସର ୧୩ଟି ସିଟ୍‌ କମିଛଇ ଏବଂ ଅନ୍ୟମାନେ ୧୧ଟି ସିଟ୍‌ କମ ପାଇଛନ୍ତି ।

Show More

Related Articles

Back to top button