ଓଡ଼ିଶା

କୋଲକାତାର ଅନେକ ସ୍ଥାନରେ ଇଡି ରେଡ୍

କୋଲକାତା- କୋଲକାତାର ଅନେକ ସ୍ଥାନରେ ଇଡି ରେଡ୍ କରିଛି । ଗୁରୁବାର ସକାଳେ ଇଡି ଅଧିକାରୀଙ୍କ ଭିନ୍ନ ଭିନ୍ନ ଟିମ୍ ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ କରିଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମୁତାବକ, ବାଲିଗଂଜ, ପାର୍କ ଷ୍ଟ୍ରିଟ୍ ସମେତ ଅନେକ ସ୍ଥାନରେ ଚଢାଉ କରିଛନ୍ତି । ବାଲିଗଂଜ ସର୍କୁଲର ରୋଡ ଉପରେ ବି ଜଣେ ବ୍ୟବସାୟୀଙ୍କ ଘର ଉପରେ ଚଢାଉ କରାଯାଇଛି ।
ଇଡି ସୂତ୍ର ମୁତାବକ, ଯେଉଁ ମାମଲାର ତଦନ୍ତ ଚାଲିଛି, ତାହା ଦିଲ୍ଲୀ ସମ୍ବନ୍ଧିତ ଅଟେ । ଟ୍ରାନ୍ସପୋର୍ଟ ବ୍ୟବସାୟ ସହିତ ଜଡିତ ବ୍ୟବସାୟୀଙ୍କ କିଛି ଆର୍ଥିକ ଅନିୟମିତତା ଉପରେ ଏହାର ତଦନ୍ତ ଜାରି ରହିଛି ।

Show More

Related Articles

Back to top button