ଦେଶପାଣିପାଗ

ଲଦାଖରେ ଭୂକମ୍ପ ଅନୁଭୂତ,ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରେକର୍ଡ

ଭୂକମ୍ପରେ ଥରିଲା ଲଦାଖ । ଆଜି ସକାଳ ୯.୩୦ରେ ଲଦାଖର କାର୍ଗିଲରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା । ଏନେଇ ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଶନିବାର-ରବିବାର ଦିନ ୨୪ ଘଣ୍ଟା ମଧ୍ୟରେ ତାଇୱାନରେ ତିନୋଟି ସ୍ଥାନରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏହି ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଥିଲା ।

Show More

Related Articles

Back to top button