ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ଧନିଆ ପାଣି ଶରୀର ପାଇଁ ଖୁବ ହିତକର , ଆସନ୍ତୁ ଜାଣିବା

ଭାରତୀୟ ଖାଦ୍ୟ ଶୈଳୀରେ ଧନିଆର ଖୁବ ଚାହିଦା ରହିଛି l ଏହାକୁ ଆମେ ବିଭିନ୍ନ ତରକାରୀରେ ଗୋଟିଏ ମୁଖ୍ୟ ମସଲା ଭାବରେ ପ୍ରୟୋଗ କରିଥାଉ

ଧନିଆ ଗୁଣ୍ଡର ବାସ୍ନା ଖାଦ୍ୟର ସଗନ୍ଧକୁ ବଢ଼ାଇ ଦେଇଥାଏ l ଧଣିଆରେ ଔଷଧୀୟ ଗୁଣ ମଧ୍ୟ ଅନେକ ମାତ୍ରାରେ ରହିଛି l ଏଥିରେ ଭାଟାମିନ ଏ ,ସି ବ୍ୟତୀତ ଅନେକ ପୋଷାକ ତତ୍ୱ ରହି ଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ଧନିଆର ଚା ,କାଢ଼l ଇତ୍ୟାଦିକୁ ନିଜ ଖାଦ୍ୟରେ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି l

୨ ଚାମଚ ଗୋଟା ଧନିଆ କୁ ରାତିରେ ଏକ କପ ପାଣିରେ ବତୁରାଈ ରଖନ୍ତୁ ,ଏହାକୁ ସକାଳୁ ଛାଣି ଖାଲି ପେଟରେ ପିଅନ୍ତୁ l ଆସନ୍ତୁ ଜାଣିବା ଏହାର ଉପକାର ବିଷୟରେ l

* ଗ୍ରୀଷ୍ମ ଋତୁରେ ସାଧାରଣତଃ ଝାଳ ବୋହିବା ଦ୍ୱାରା ଶରୀରରୁ ଜଳୀୟ ଅଂଶ କମି ଯାଇଥାଏ l ଏହାଦ୍ୱାରା ଅଂଶୁଘାତ ହେବାର ମଧ୍ୟ ସମ୍ଭାବନା ରହିଥାଏ ଏପରି ସ୍ଥଳେ ସକାଳୁ ଯଦି ଖାଲି ପେଟରେ ଧନିଆ ପାଣି ପିଇବା ତେବେ ଏହା ଶରୀରର ଜଳୀୟ ଅଂଶକୁ ଠିକ ରଖିବା ସହିତ ଶରୀରକୁ ହାଇଡ୍ରେଟ ମଧ୍ୟ ରଖିବ l ତା ସହିତ ଶରୀର ମଧ୍ୟ ଥଣ୍ଡା ରହିବ l

* ପାଚନ ସମସ୍ୟାକୁ ଦୂର କରିବା ପାଇଁ ଧନିଆ ପାଣିର ଉପଯୋଗ କରାଯାଇଥାଏ l ଧନିଆ ପାଣି ପାଚନ ପ୍ରକ୍ରିୟାକୁ ସୁସ୍ଥ କରିଥାଏ l ଏଥିରେ କାର୍ମିନେଟିଭ ମଧ୍ୟ ରହିଛି ,ଯାହା ଗ୍ୟାସ ସମସ୍ୟାକୁ ଦୂର କରିଥାଏ l

* ଗୋଟିଏ ଗବେଷଣାରୁ ଜଣାପଡିଛି ଯେ ଶରୀରରେ ହାନିକାରକ କୋଲେଷ୍ଟ୍ରଲ କୁ ଧନିଆ ପାଣି କମ କରି ହୃଦଘାତ ସମସ୍ୟାରୁ ଦୁରେଇ ରଖିଥାଏ l କୋଲେଷ୍ଟ୍ରଲ ସମସ୍ୟା ହୃଦଘାତର ବଡ କାରଣ ଅଟେ l ଧନିଆ ପାଣିର ଲାଭ ଶରୀର ପାଇଁ ଖୁବ ଲାଭ ଦାୟକ l

* ଧନିଆ ପତ୍ର ଓ ଧନିଆ ପାଣି ଉଭୟ ଆଣ୍ଟି ବାୟୋଟିକ ଗୁଣରେ ଭରପୁର ଅଟେ l ଯାହା ରକ୍ତରେ ଗୁଲକୋଜ ମାତ୍ରାକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ଅନ୍ୟ ଗୋଟିଏ ଗବେଷଣାରୁ ଜଣା ପଡିଛି ଧନିଆ ପତ୍ର ମଧ୍ୟ ପ୍ରତେକଦିନ ଖାଇବା ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ l

Show More

Related Articles

Back to top button