ଦେଶ ବିଦେଶମୁଖ୍ୟ ଖବର

ମା ପାଇଁ ଦିନଟିଏ : ମାତୃ ଦିବସ ପାଳନ କରିବାର କଣ ରହିଛି ଇତିହାସ

ପ୍ରେମ ଓ ସ୍ନେହର ପ୍ରତୀକ ଭାବରେ ମାତୃ ଦିବସ ପାଳନ କରାଯାଇଥାଏ l ମାର ସ୍ଥାନ ସାରା ବିଶ୍ୱରେ କେହିବି ନେଇ ପାରିବେ ନାହିଁ l ପ୍ରତେକ ବର୍ଷ ମଇ ମାସର ଦ୍ଵିତୀୟ ରବିବାର ଦିନ ମାତୃ ଦିବସ ଭାବରେ ପାଳନ କରାଯାଏ

ଚଳିତ ବର୍ଷ ମାତୃ ଦିବସ ମଇ ମାସ ୯ ତାରିଖ ରବିବାର ପଡୁଛି l ଏହି ଦିନଟି ପଛରେ ରହିଛି ଗୋଟିଏ ମାର ନିସ୍ଵାର୍ଥ ସେବା ଓ ସ୍ନେହ l ସାରା ବିଶ୍ୱରେ ମା ଶବ୍ଦଟି କେତେ ସୁନ୍ଦର ଓ ପ୍ରେମ ଭରା ଅଟେ l

ଛୁଆଟିଏ ଜନ୍ମ ହେଉ ହେଉ ପ୍ରଥମେ ସେ ନିଜ ମାର ସ୍ପର୍ଶକୁ ଲାଭ କରିଥାଏ l ନାରୀ ହେଉ କି ଅନ୍ୟ ଯେ କୌଣସି ଜୀବଜନ୍ତୁ ହୁଅନ୍ତୁ ମାତୃତ୍ଵ ଲାଭ କରିବା ପୂର୍ବରୁ ଓ ପରେ ନିଜ କୁ ଭାଗ୍ୟବାନ ମାନେ କରି ଥାଆନ୍ତି l କାରଣ ମାଟିଏ ନିଜ ସନ୍ତାନ ପାଖରେ ପାଇଥାଏ ସାରା ସଂସାରର ସୁଖ l ଯେତେବେଳେ ନିଜ ସନ୍ତାନକୁ ଜନ୍ମ ଦିଏ ସେତେବେଳେ ଭୁଲିଯାଇଥାଏ ସେହି ୯ ମାସର ଯନ୍ତ୍ରଣାକୁ l ଯେଉଁ ଯନ୍ତ୍ରଣାକୁ ସେ ଲାଭ କରିଥାଏ ପ୍ରସବ କରିବା ପୂର୍ବରୁ l ସତରେ ଖୁବ ସୁନ୍ଦର ସେହି ଅନୁଭୂତି l

ଗାଈ ଟିଏ ଛୁଆ ଜନ୍ମ ହେବା ମାତ୍ରକେ ସର୍ବ ପ୍ରଥମେ ନିଜ ବାଛୁରୀକୁ ଚାଟି ସଫା କରିଦିଏ ସେ ଭୁଲିଯାଇଥଏ ନିଜ କଷ୍ଟ l ଯେତେବେଳେ ମଣିଷ ଛୁଆ ଟିଏ ଜନ୍ମ ନିଏ ତାର ମା ଛୁଆଟିର ପ୍ରଥମ କୁଆଁ କୁଆଁ କାନ୍ଦ ରେ ନିଜ ଆତ୍ମାକୁ ଶୀତଳ କରାଇ ଥାଏ l ନିଜେ କଷ୍ଟରେ ରହି ଛୁଆ ଓଠରେ ହସ ଦେବାକୁ ଚେଷ୍ଟା କରେ l ଗୋଟିଏ ଶିଶୁ ଟିକୁ ଲାଳନ ପାଳନ କରି ସଂସ୍କାର ଦେଇ ଦୁନିଆରେ ଗୋଟିଏ ଭଲ ମଣିଷ କରି ଠିଆ କରିବାରେ ଗୋଟିଏ ମା ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ l

ତେବେ ଆସନ୍ତୁ ଜାଣିବା ମାତୃ ଦିବସର ମହତ୍ୱ ଓ ଇତିହାସ

ଏହା ଆମେରିକାର ପଶ୍ଚିମ ଭର୍ଜିନିଆରୁ ଆରମ୍ଭ ହୋଇଥିଲା ୧୯୦୮ ରେ l ଏହାକୁ ସମାଜସେବୀ ଜ୍ୱାର୍ବୀସ ନିଜ ମା ଙ୍କ ପାଇଁ ପ୍ରଥମେ ପାଳନ କରିବା ପାଇଁ ସ୍ଥିର କଲେ l ସେ ନିଜକୁ ମା ଙ୍କୁ ଖୁବ ଭଲ ପାଉଥିଲେ ,ସେ ଏହିଦିନଟିକୁ ସେଥିପାଇଁ ମା ମାନଙ୍କୁ ଉତ୍ସର୍ଗୀକୃତ କରିଛନ୍ତି l ତା ସହିତ ଭଗବାନଙ୍କ ଦ୍ଵିତୀୟ ରୂପ ମା ହିଁ ହୋଇଥାଏ ,ସେଥିପାଇଁ ମା ମାନଙ୍କୁ ଏହି ଦିନଟି ଉତ୍ସର୍ଗୀକୃତ କରାଯାଇଛି l ପରେ ଏହାକୁ ୧୯୧୪ ମଇ ୯ ତାରିଖ ଦିନ ଆମେରିକାର ପ୍ରେସିଡେଣ୍ଟ ବୁଦ୍ରୋ ଉଇଲସନ ଗୋଟିଏ ଲ ପାସ କରାଇଲେ ,ଯେଉଁଥିରେ ଲେଖା ଯାଇଥିଲା ମଇ ମାସର ଦୁତ୍ୱୀୟ ରବିବାର ଦିନ ମାତୃ ଦିବସ ପାଳନ କରାଯିବ l ମାତୃଦଇବସ ସର୍ବ ପ୍ରଥମେ ଆମେରିକାରୁ ଆରମ୍ଭ ହୋଇଥିଲl l

Show More

Related Articles

Back to top button