ସ୍ୱାସ୍ଥ୍ୟ

ଗ୍ରୀଷ୍ମ ଋତୁରେ ଏହି ସବୁ ଲାଭ ପାଇବା ପାଇଁ କରନ୍ତୁ ପୁଦିନାର ବ୍ୟବହାର

ଆୟୁର୍ବେଦରେ ପୁଦିନାକୁ ସଂଜୀବନୀ ବୁଟୀ କୁହାଯାଏ l କାରଣ ସ୍ୱାଦ ,ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ ଭରପୁର ଅଟେ ପୁଦିନା ପତ୍ର l ଖୁବ କମ ଗଛରେ ଏଭଳି ଲାଭ ମିଳିଥାଏ

ଏହି ଗଛଟିର ଆୟୁ ଖୁବ ଲମ୍ବା ଅଟେ l ଏହା ୧୨ ମାସ ପର୍ଯ୍ୟନ୍ତ ବଞ୍ଚି ରହିଥିବା ଭଳି ଗଛଟିଏ ଅଟେ l ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ l

* ଦାନ୍ତ ଯନ୍ତ୍ରଣା ହେଉଥିଲେ ପୁଦିନାର କିଛି ପତ୍ରକୁ ଚୋବାଇବା ଦ୍ୱାରା ଦାନ୍ତ ଯନ୍ତ୍ରଣାରୁ ଆରମ୍ ମିଳିଥାଏ l ତା ସହିତ ଦାନ୍ତ ମାଢି ମଧ୍ୟ ସୁଦୃଢ ରହିଥାଏ l

* ପେଟର ଗ୍ୟାସ ସମସ୍ୟାକୁ ମଧ୍ୟ ପୁଦିନା ଦୂର କରିଥାଏ l ଗ୍ୟାସ ସମସ୍ୟା ଥିବା ବ୍ୟକ୍ତି ସକାଳୁ ଖାଲି ପେଟରେ ପୁଦିନା ପତ୍ର ଲୁଣ ସହିତ ଚୋବାଇ ଉଷୁମ ପାଣି ପିଇବା ଦ୍ୱାରା ଗ୍ୟାସ ରୁ ଆରମ୍ ମିଳିଥାଏ l

* ଯଦି ଥକା ଲାଗୁଚି ତେବେ କିଛି ପୁଦିନା ପତ୍ରକୁ ଲୁଣ ପାଣିରେ ଗରମ କରି ସେଥିରେ ପାଦ ବୁଡ଼ାଇବା ଦ୍ୱାରା ଥକା ଲାଗିବା ଦୂର ହୋଇଥାଏ l

* ଯଦି ଆପଣଙ୍କର ବଦଳୁଥିବା ଋତୁରେ କାସର ସମସ୍ୟାରେ ପୀଡିତ ହେଉଛନ୍ତି ତେବେ ତେବେ ପୁଦିନା ପତ୍ର ପକାଇ ଚା କରି ତାହାକୁ ପ୍ରତ୍ୱେକଦିନ ଦୁଇଥର ପିଅନ୍ତୁ l କାଶ ଜନିତ ସମସ୍ୟାରୁ ଆରାମ ମିଳିବ l

* ପେଟ ଯନ୍ତ୍ରଣା ହେଲେ ଆପଣ ଅଦା ଓ ପୁଦିନା କୁ ଛେଚି ସେଥିରେ ସାମାନ୍ୟ ସୈନ୍ଧବ ଲବଣ ମିଶାଇ ଦିନକୁ ୪ ଥର ସେବନ କରନ୍ତୁ l ଏହାଦ୍ୱାରା ଗଣ୍ଠି ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ l

Show More

Related Articles

Back to top button