ସ୍ୱାସ୍ଥ୍ୟ

ଖରାଦିନେ ଲାଉ ଜୁସ ଶରୀର ପାଇଁ ଅମୃତ ସମାନ

ଜାଣନ୍ତୁ ଏହାର ଲାଭ ବିଷୟରେ

ଲାଉ ଗୋଟିଏ ଏଭଳି ପରିବା ଯାହା ଶରୀର ପାଇଁ ଖୁବ ଲାଭ ଦାୟକ ଅଟେ l ଏହା ଗୋଟିଏ ଥଣ୍ଡା ପରିବା ହୋଇଥିବା କାରଣରୁ ଗ୍ରୀଷ୍ମଋତୁ ପାଇଁ ଖୁବ ଉପଯୋଗୀ l ଲାଉ କୁ ଆମେ ତରକାରୀ, ରାଇତା, ସାଲାଡ଼ ଓ ଜୁସ ଭାବରେ ସେବନ କରିଥାଉ l ଲାଉ ରେ ପ୍ରଚୁର ପରିମାଣରେ ଜଳୀୟ ଅଂଶ ରହିଥାଏ ଯାହା ଗ୍ରୀଷ୍ମ ଋତୁରେ ଶରୀରକୁ ଡି ହାଇଡ୍ରେଟ କରି ରଖିଥାଏ l ଯେଉଁ କାରଣରୁ ଶରୀରରୁ ଜଳୀୟ ଅଂଶ କମି ନଥାଏ l

ଲାଉ ରେ ପ୍ରଚୁର ପରିମାଣ ରେ ଆଇରନ ରହିଥାଏ l ଯାହା ରକ୍ତ ହୀନତା ଠାରୁ ଦୁରେଇ ରଖିଥାଏ l ଏହାଛଡା ଫାଇବର ରହିଥାଏ ଯାହା ପେଟକୁ ବିଭିନ୍ନ ସମସ୍ୟା ଠାରୁ ଦୁରେଇ ରଖିଥାଏ l ଏହାଛଡା ଭିଟାମିନ ବି,ସି ଓ ସୋଡିୟମ ପ୍ରଚୁର ମାତ୍ରାରେ ମିଳେ l

* ଲାଉ ଜୁସ ବାନ୍ତି, ମୁଣ୍ଡ ବୁଲା, ଇତ୍ୟାଦି ସମସ୍ୟା କୁ ଗ୍ରୀଷ୍ମ ଋତୁରେ ଠିକ କରିଥାଏ l ଶରୀରକୁ ଥକାପଣ ରୁ ମଧ୍ୟ ଦୁରେଇ ରଖିଥାଏ l

* ଯେଉଁ ଲୋକଙ୍କର ବ୍ଲଡ଼ ପ୍ରେସର ସମସ୍ୟା ରହିଛି ଲାଉ ଜୁସ ସେମାନଙ୍କ ପାଇଁ ଖୁବ ହିତକର l ଲାଉ ରେ ପୋଟାସିୟମ ରହିଥାଏ ତେଣୁ ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ l

* ଲାଉ ଜୁସ ଖାଲି ପେଟରେ ପିଇବା ଦ୍ୱାରା ପାଚନ କ୍ରିୟା ଠିକ ଭାବରେ ହୋଇଥାଏ l ତା ସହିତ ଗ୍ୟାସ ଏସିଡ଼ିଟି ଇତ୍ୟାଦି ଦୂରେଇ ଯାଇଥାଏ l

* ଲାଉ ଜୁସ କ୍ୟାଲୋରୀ ଲସ କରିବାରେ ସାହାଯ୍ୟ କରିଥାଏ ଓ ଓଜନ ହ୍ରାସ କରାଇଥାଏ l ଏଥିରେ ଥିବା ପୋଷାକ ତତ୍ୱ କ୍ୟାଲୋରୀ ବର୍ନ କରିବାରେ ସାହାଯ୍ୟ କରେ l

* ଯଦି ଆପଣ ନିୟମିତ ଖାଲି ପେଟରେ ଲାଉ ଜୁସ ସେବନ କରିବେ ତେବେ ଏଥିରେ ଥିବା ଆଣ୍ଟି ଅକ୍ସିଡାଂଟ ଶରୀରରୁ ବ୍ୟାଡ଼ ଟକ୍ସିନ କୁ ବାହାର କରିବାରେ ସାହାଯ୍ୟ କରିଥାଏ l

* ଲାଉ ରେ ୯୮ ପ୍ରତିଶତ ଜଳୀୟ ଅଂଶ ରହିଥିବା କାରଣରୁ ଗ୍ରୀଷ୍ମ ଋତୁରେ ଶରୀରରୁ ଜଳୀୟ ଅଂଶ କମି ନଥାଏ ଓ ଶରୀରକୁ ସତେଜ ରଖିଥାଏ l

* ଲାଉ ଜୁସ କୋଲେଷ୍ଟ୍ରଲ ପାଇଁ ଖୁବ ହିତକର l ପ୍ରତିଦିନ ସକାଳୁ ଖାଲି ପେଟରେ ଲାଉ ଜୁସ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ l

* ଯଦି ଆପଣଙ୍କୁ ପରିସ୍ରା କରିବା ସମୟରେ ପୋଡା କିମ୍ବା ଯନ୍ତ୍ରଣା ହେଉଛି ତେବେ ଆପଣଙ୍କ ପାଇଁ ଲାଉ ଜୁସ ସେବନ କରିବା ଖୁବ ହିତକର l ପରିସ୍ରାରେ ଏସିଡ ମାତ୍ରା ବଢିଯିବା କାରଣରୁ ଏପରି ଯନ୍ତ୍ରଣା ହୋଇଥାଏ l ଲାଉ ଜୁସ ପରିସ୍ରା ରେ ଅମ୍ଳୀୟତା କୁ କମ କରିଥାଏ ଯେଉଁ କାରଣରୁ ପୋଡିବା ଓ ଯନ୍ତ୍ରଣା କମି ଯାଇଥାଏ l

Show More

Related Articles

Back to top button