Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଆହୁରି ତିନି ଦିନ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ।

ଭୁବନେଶ୍ଵର : ରାଜ୍ୟରେ ଆହୁରି ତିନି ଦିନ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ବାହାରକୁ ବାହାରିବା ମୁସ୍କିଲ ହେଇଯାଉଛି । ଦିନ ୯ଟା ବେଳୁ ଖରା ଜୋରରେ ଆରମ୍ଭ ହୋଇ ଯାଉଛି । ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ସହର ସୋନପୁର । ସୋନପୁରର ତାପମାତ୍ରା ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ୨୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ସେହିପରି ୯ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହିଥିବା ବେଳେ ଆଗାମୀ ୨ ଦିନ ଯାଏଁ ଦିନର ତାପମାତ୍ରା ଆଭ୍ୟନ୍ତରୀଣ ଓଡିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ  ୩ରୁ ୪ ଡିଗ୍ରୀ  ଅଧିକ ରହିବା ସମ୍ଭାବନା ରହିଛି ।

Show More

Related Articles

Back to top button