Breaking PLUSଦେଶ ବିଦେଶମୁଖ୍ୟ ଖବର

କୋଭିଡ ସମୟରେ ଡାକ୍ତରଙ୍କୁ ୧୦୦୦ କୋଟିର ଲାଞ୍ଚ ଦେଇ ରୋଗୀଙ୍କୁ Dolo-650 ଲେଖିବାକୁ ବାଧ୍ୟ କରୁଥିଲା କମ୍ପାନୀ

ସପ୍ତାହ ଭିତର ଉତ୍ତର ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କରୋନା ସମୟରେ ହା ହା କାର ପଡ଼ିଥିବା ବେଳେ ଔଷଧ କମ୍ପାନୀ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ଲୋକଙ୍କୁ ଲୁଟିଥିବାର ନଜିର ରହିଛି। ବିପଦ ବେଳେ ଲୁଟ୍‌ କେତେ ଯେ ଭୟଙ୍କର ତାହା ମଣିଷ କୋଭିଡ୍‌ର କରାଳ କାୟାରେ ଅନୁଭବ କରିଛି। ଏବେ ଫେଡେରେସନ୍ ଅଫ୍ ମେଡିକାଲ୍ ଏବଂ ସେଲ୍ସ ଆସୋସିଏସନ୍ ପକ୍ଷରୁ ଯେଉଁ ତଥ୍ୟା ଦିଆଯାଇଛି ତାହା ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ। କରୋନା ସମୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ପାରସିଟାମଲ ଔଷଧ Dolo । ଆଉ ଅଧିକାଂଶ ଡାକ୍ତର ରୋଗୀଙ୍କୁ ପାରାସିଟାମଲ ଲେଖୁଥିଲେ। କାରଣ ଔଷଧ କମ୍ପାନୀ ଓ ଡାକ୍ତରଙ୍କ ମଧ୍ୟରେ ଚାଲିଥିଲା ପ୍ରିୟାପ୍ରିତୀ ତୋଷଣ ନୀତି। ଡାକ୍ତରଙ୍କୁ ମାଗଣା ଉପହାର ଦେଇ ରୋଗୀଙ୍କୁ ପାରସିଟାମଲ ଔଷଧ Dolo ଲେଖିବାକୁ ବାଧ୍ୟ କରିଥିଲା କମ୍ପାନୀ।

ଏଥିପାଇଁ କମ୍ପାନୀ ଡାକ୍ତରଙ୍କ ଉପରେ ପ୍ରାୟ ୧୦୦୦ କୋଟି ଖର୍ଚ୍ଚ କରିଛି ବୋଲି ଗୁରୁବାର ମେଡିକାଲ ସଂଘ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି। ସଂଘ ପକ୍ଷରୁ ଓକିଲାତି କରୁଥିବା ବରିଷ୍ଠ ଓକିଲ ସଞ୍ଜୟ ପାରିଖ ଆଜି ସର୍ବୋଚ୍ଚ ଅଦାଲତଙ୍କ ପାଖରେ ଏଭଳି ଆଶ୍ଚର୍ଯ୍ୟକର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରୋଗୀମାନଙ୍କୁ Dolo 650 ଔଷଧ ଲେଖିବାକୁ ଡୋଲୋ କମ୍ପାନୀ ଡାକ୍ତରଙ୍କ ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। କମ୍ପାନୀ କଥାରେ ପଡ଼ି ଡାକ୍ତରମାନେ ମଧ୍ୟ ରୋଗୀକୁ କୋଭିଡ୍ ବିରୋଧରେ ପ୍ରଭାବହୀନ ଔଷଧ ଲେଖୁଥିଲେ। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(CBDT)ରୁ ସେ ଏହି ତଥ୍ୟା ପାଇଲେ ବୋଲି ଓକିଲ ଶ୍ରୀ ପାରେଖ କୋର୍ଟଙ୍କୁ କହିଛନ୍ତି।

ଜଷ୍ଟିସ୍‌ ଡିୱା ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଜଷ୍ଟିସ୍ ଏସ୍‌ ବୋପନ୍ନାଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଥିଲେ। ଓକିଲଙ୍କ ଠାରୁ ଏଭଳି ସୂଚନା ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଚାରପତି। ଆଉ କହିଥିଲେ “ ଯାହା ଆପଣ କହୁଛନ୍ତି ତାହା ମୋ କାନକୁ ଗୀତ ଭଳି ଶୁଭାଯାଉନି। ମୋତେ ଯେତେବେଳେ କୋଭିଡ୍ ହୋଇଥିଲା ସେତେବେଳେ ମୁଁ ବି ଏହି ଔଷଧ ନେଇଥିଲି। ” ଔଷଧଗୁଡ଼ିକର ନିର୍ମାଣ ଓ ଭାରତର ବିକ୍ରି କରାଯାଉଥିବା ଔଷଧଗୁଡ଼ିକର ମୂଲ୍ୟ ଉପରେ ନିୟନ୍ତ୍ରଣ ପାଇଁ ମେଡିକାଲ ସଂଘ ଏକ ପିଆଇଏଲ୍ ଆବେଦନ କରିବା ପରେ ଏଭଳି ସଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ଘଟଣା ପରେ ଦୁଇ ବିଚାରପତି ମାମଲାକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ତା ସହ ମାମଲାରେ ଉତ୍ତର ରଖିବାକୁ କେନ୍ଦ୍ର ସରକାରଙ୍କୁ ଏକ ସପ୍ତାହ ସମୟ ଦେଇଛନ୍ତି। ୧୦ ଦିନ ପରେ ମାମଲାର ପୁନଃ ଶୁଣାଣି ହେବ। ଏପଟେ ଯେଉଁ କମ୍ପାନୀ ଏଭଳି ଲୋଭ ଦେଖାଇ ଡାକ୍ତରମାନଙ୍କୁ ଠାରୁ ଏଭଳି କରାଇଛନ୍ତି ତାର ଉତ୍ତରଦାୟୀ ସେମାନେ ରହିବେ ବୋଲି ମେଡିକାଲ ମହାସଂଘ ଦାବି କରି କୋର୍ଟରେ ପିଆଇଏଲ୍ ଫାଇଲ୍ କରିଛି। ଏଥିରେ ୟୁନିଫର୍ମ କୋଡ୍ ଅଫ୍ ଫାର୍ମାଶୁଟିକାଲ ମାର୍କେଟିଂ ପ୍ରାକ୍ଟିସ(UCPMP) ନିୟମକୁ ଆଣିବାକୁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଏଥିରେ ଦାବି କରାଯାଇଛି। ଏଭଳି କର୍ମ ପାଇଁ କୌଣସି ନିୟମ ନଥିବାରୁ ଦୁର୍ନୀତି ହୋଇଛି। ତେଣୁ ସରକାର ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରି UCPMP କାମ କରନ୍ତୁ ବୋଲି ଶ୍ରୀ ପାରେଖ ଦାବି କରିଛନ୍ତି। ଏନେଇ ଜାତିସଂଘ ଚିନ୍ତା ପ୍ରକଟ କରିଥିବା ବେଳେ ଭାରତରେ ଏହାକୁ ଠିକ୍ ଭାବରେ ପରିଚାଳନା କରାଯାଉନି ବୋଲି ପାରେକ କହିଛନ୍ତି।

Show More

Related Articles

Back to top button