Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ

ବାହାନା କରି ଥାନାରେ ଲେଖାଇଲା ନିଖୋଜ ରିପୋର୍ଟ, ଚାଲାକି ଧରିନେଲା ପୁଲିସ

ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ। ହତ୍ୟା କରିବା ପରେ ମୃତଦେହକୁ ନଈରେ ଫିଙ୍ଗି ଦେଇ ପଳାଇଲା। ଆଉ ପୁଲିସ କବଳରୁ ରକ୍ଷା ପାଇବା ପାଇଁ ଏକ କାହାଣୀ ବନାଇଲା ଓ ଥାନାରେ ପତ୍ନୀ ନିଖୋଜ ହୋଇଯିବା ନେଇ ମାମଲା ରୁଜୁ କଲା। ହେଲେ ଅପରାଧି ତା ଅପରାଧର କିଛି ନା କିଛି ସୁରାକ ଛାଡ଼ିଯାଏ ନିଶ୍ଚିତ। ଆଉ ସେଇ ସୁରାକ ତା ପାଇଁ ଶେଷରେ କାଳ ହୁଏ। କେମିତି ଧରାପଡ଼ିଲା ହତ୍ୟାକାରୀ ସ୍ୱାମୀ ପଢ଼ନ୍ତୁ ପୂରା ଖବର। ଟାଇମ୍ସ ଅଫ୍‌ ଇଣ୍ଡିଆର ଖବର ଅନୁସାରେ, ବିହାରର ଇଲେକ୍‌ଟ୍ରିସିଆନ ପୃଥିବୀ ରାଜ ସିଂହ ବେଙ୍ଗାଲୁରୁରେ ପତ୍ନୀ ଜ୍ୟୋତି କୁମାରୀଙ୍କ ସହ ରହୁଥିଲେ। ମାତ୍ର ୯ ମାସ ହେବ ଉଭୟଙ୍କ ବିବାହ ହୋଇଥିଲା। ପୁଲିସ ସାମ୍ନାରେ ପୃଥିବୀ ରାଜ ଦେଇଥିବା ବୟାନ ଅନୁସାରେ, ପତ୍ନୀ ବିବାହ ସମୟରେ ବୟସକୁ ଲୁଚାଇ ମିଛ କହିଥିବାରୁ ସେ ଜ୍ୟୋତି ଉପରେ ଖୁବ ରାଗୁଥିଲେ। କେବଳ ସେତିକି ନୁହେଁ, ଜ୍ୟୋତି ମଧ୍ୟ ଅନେକ ସମୟରେ ତାଙ୍କୁ ଅସଭ୍ୟ ବୋଲି କହିବା ସହ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ମନା କରିଦେଉଥିଲେ।

ସିଂହଙ୍କ ଅନୁସାରେ, ବିବାହ ସମୟରେ ଜ୍ୟେତୀ ନିଜକୁ ୨୮ ବର୍ଷର ବୋଲି କହିଥିଲେ। କିନ୍ତୁ ପରେ ତାଙ୍କର ବୟସ ୩୮ ବୋଲି ଜଣାପଡ଼ିଥିଲା। ସେ ପୃଥିବୀ ରାଜ ସିଂହ ଠାରୁ ୧୦ ବର୍ଷ ବଡ଼ ଥିଲେ। ଏତେ ବୟସର ପାର୍ଥକ୍ୟ ଥିବା ଭିତରେ ଜ୍ୟୋତି ଅନେକ ସମୟରେ ପୃଥିବୀ ରାଜ ସିଂହ ଓ ତାଙ୍କ ପରିବାରକୁ ଅସଭ୍ୟ କହିବା ସହ ସ୍ୱାମୀ ସହ ଶାରିରୀକ ସମ୍ପର୍କ ରଖିବାକୁ ମନା କରିଦେଉଥିଲେ। କିଛି ମାସ ଏଭଳି ଘଟିବା ପରେ ପୃଥିବୀ ରାଗିଯାଇ ପତ୍ନୀ ଜ୍ୟୋତିଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ପତ୍ନୀ ହତ୍ୟା କରିବା ପାଇଁ ମନେ ମନେ ଯୋଜନା କରି ପୃଥିବୀ ରାଜ ବନ୍ଧୁ ସମୀର କୁମାରକୁ ବିହାରରୁ ଡକାଇ ପଠାଇ ଦୁହେଁ ପତ୍ନୀ ରହୁଥିବା ଉଡୁପୀକୁ ଯାଇଥିଲେ। ସେଠାରେ ଜ୍ୟୋତୀକୁ ତଣ୍ଟିଚିପି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଶିରାଡ଼ୀ ଘାଟରେ ଫିଙ୍ଗିଦେଇ ଫେରାର୍ ହୋଇଯାଇଥିଲେ। ଆଉ ପୁଲିସ ସନ୍ଦେହରୁ ରକ୍ଷା ପାଇଁ ମନେ ମନେ ଏକ କାହାଣୀ ବନାଇ ପରଦିନ ଥାନାରେ ପହଞ୍ଚି ପତ୍ନୀ ନିଖୋଜର ମାମଲା କରିଥିଲେ। ତେବେ ପୁଲିସ କିନ୍ତୁ ହତ୍ୟାକାରୀ ମିଛ କାହାଣୀକୁ ନେଇ ସନ୍ଦେହ କରିଥିଲା। ଆଉ ଶେଷରେ ପୁଲିସ ପାଖରେ ସତ ମାନିଯାଇଥିଲା ହତ୍ୟାକାରୀ ସ୍ୱାମୀ। ପୁଲିସ ଗଳିତ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି।

Show More

Related Articles

Back to top button