ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ପ୍ରତିଦିନ ପିଅନ୍ତୁ ନିମ୍ବ ଜୁସ୍

ଏହିସବୁ ରୋଗରୁ ମିଳିବ ମୁକ୍ତି

ନିମ୍ବକୁ ସବୁବେଳେ ଲାଭଦାୟକ ବୋଲି ବିବେଚନା କରାଯାଇଥାଏ । ଯଦି ଆପଣଙ୍କ ଚର୍ମରେ କୌଣସି ପ୍ରକାରର ଆଲର୍ଜି ଦେଖାଯାଏ ତେବେ ଅଧିକାଂଶ ଲୋକ ନିମ୍ବ ପାଣିରେ ଗାଧୋଇବାକୁ ପରାମର୍ଶ ଦେଇଥାଆନ୍ତି । ନିମ୍ବ ଜୁସ୍ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ । ବହୁତ କମ୍ ଲୋକ ଜାଣିଥିବେ ଯେ ନିମ୍ବ ଜୁସ୍ ମଧ୍ୟ ହୋଇଥାଏ । ଏହାର ଜୁସ୍ ପିତା ଲାଗେ କିନ୍ତୁ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଓଜନ ନିୟନ୍ତ୍ରଣ କରିବାଠାରୁ ନେଇ ତ୍ବଚାକୁ ସତେଜ ରଖିବାରେ ଏହା ବେଶ୍ ଉପକାରୀ । ତେବେ ଆସନ୍ତୁ ଜାଣିବା ଏହା ବ୍ୟତୀତ ନିମ୍ବ ଜୁସ୍‌ରୁ କଣ ଲାଭ ମିଳିବ ।

ଦାନ୍ତ ମାଢିର ସମସ୍ୟା ଦୂର କରିବା ପାଇଁ ନିମ୍ବ ଜୁସ୍ ଅତ୍ୟନ୍ତ ଲାଭଦାୟକ । ନିମ୍ବ ଜୁସ୍ ପିଇବା ଦ୍ବାରା ମାଢି ଏବଂ ଦାନ୍ତ ସମସ୍ୟା କମ୍ ହୋଇଥାଏ । ସମସ୍ତେ ଜାଣଛନ୍ତି ଯେ, ଯୁଗ ଯୁଗ ଧରି ଆମ ଦେଶରେ ନିମ୍ବ ଦାନ୍ତକାଠି ବ୍ୟବହୃତ ହୋଇଥାଏ । ଏହାଦ୍ବାରା ପାଟିରେ ଜୀବାଣୁ ବୃଦ୍ଧି ପାଇବାର ଆଶଙ୍କା କମ୍ ହୋଇଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣ ନିମ୍ବ ଜୁସ୍‌କୁ ମାଉଥ୍ ଓ୍ବାସ୍ ରୂପେ ବ୍ୟବହାର କରୁଛନ୍ତି ତେବେ ଏହା ଦାନ୍ତ ସମସ୍ୟା ସହ ମାଢି ସମସ୍ୟା ମଧ୍ୟ ଦୂର କରିଥାଏ ।

ତ୍ବଚାରେ ଚମକ ଆଣିବା ପାଇଁ ନିମ୍ବ ଜୁସ୍ ପିଇବା ଉଚିତ । ନିମ୍ବ ଜୁସ୍‌ରେ ପ୍ରାକୃତିକ ଭାବେ ଡିଟକ୍ସ କରିବାର ଗୁଣ ରହିଛି । ଯାହା ଦ୍ବାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଥାଏ । ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିବା ପରେ ତ୍ବଚାରେ ଚମକ ଆସିଥାଏ ।

ଓଜନ ନିୟନ୍ତ୍ରଣ କରିବାରେ ନିମ୍ବ ରସ ବହୁତ ଲାଭଦାୟକ । ଏହାଦ୍ବାରା ହଜମ ପ୍ରକ୍ରିୟା ବଢିଥାଏ । ଯାହା ମେଟାବଲିଜିମ୍‌କୁ ବୁଷ୍ଟ୍ କରିଥାଏ । ଏଭଳି ସ୍ଥିତିରେ ଆପଣଙ୍କ ଶରୀରରେ ଶୀଘ୍ର କ୍ୟାଲୋରୀ ବର୍ନ ହୋଇଥାଏ । ଏହାଦ୍ବାରା ଆପଣଙ୍କ ଓଜନକୁ ଅତି ଶୀଘ୍ର ହ୍ରାସ ପାଇଥାଏ ।

Show More

Related Articles

Back to top button