ସ୍ୱାସ୍ଥ୍ୟ

ଆପଣ ଜାଣନ୍ତି କି : ହୃଦଘାତ ଠାରୁ ଦୁରେଇ ରଖିବାପାଇଁ ଆମକୁ ଦୈନଦିନ ଏହିସବୁ ଖାଦ୍ୟ ସାହାଯ୍ୟ କରିଥାଏ

ହୃତପିଣ୍ଡ ହେଉଛି ଶରୀରର ସବୁଠୁ ମହତ୍ୱପୂର୍ଣ୍ଣ ଅଙ୍ଗ l ଏହାକୁ ସୁସ୍ଥ ରଖିବା ସବୁବେଳେ ଆବଶ୍ୟକ l କାରଣ ହୃତପିଣ୍ଡ ଯଦି ସୁସ୍ଥ ରହିବ ମଣିଷ ଶରୀରର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିବ ,ତାହାକୁ ଆମେ ଜାଣି ରଖିବା ଉଚିତ ଯେ କେଉଁ କେଉଁ ଖାଦ୍ୟ ପଦାର୍ଥ ଦ୍ୱାରା ଆମ ହୃତପିଣ୍ଡ ସୁସ୍ଥ ରହି ପାରିବ

ମଣିଷର ଦୈନଦିନ ଜୀବନରେ ଅନେକ ପ୍ରକାରର ସୁବିଧା ଅସୁବିଧା ଲାଗି ରହିଥାଏ ଯାହାର ପ୍ରଭାବ ହୃତପିଣ୍ଡ ଉପରେ ପଡିବ ସହିତ ମସ୍ତିସ୍କ ଉପରେ ମଧ୍ୟ ପଡିଥାଏ l

ଶୋଇବା ସମୟରେ ଆମ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଯେତେବେଳେ କାର୍ଯ୍ୟ କରି ନଥାନ୍ତି ସେତେବେଳେ ମଧ୍ୟ ହୃତପିଣ୍ଡ ମଧ୍ୟ କାର୍ଯ୍ୟ କରି ଚାଲିଥାଏ l ଆମେରିକାରେ ଥିବା ଆମୋରୀ ବିଶ୍ୱବିଦ୍ୟାଳୟରେ ନିକଟରେ ହୋଇଥିବା ଗୋଟିଏ ଅଧୟନର ଜଣା ପଡିଛି ଯେ ପ୍ରତେକ ବର୍ଷ ବିଶ୍ୱରେ ହୃଦ୍ଘାତ ଜନିତ ମୃତ୍ୟୁ ସବୁଠୁ ଅଧିକ ହୋଇଥାଏ l ଯାହାକୁ ଆମେ ସୁସ୍ଥ ଖାଦ୍ୟ ଦ୍ୱାରା ଦୂର କରି ପାରିବ l ଏମିତି ୪ ଟି ଖାଦ୍ୟ ପଦାର୍ଥ ରହିଛି ଯାହା ହୃତ୍ପିଣ୍ଡ ପାଇଁ ଅମୃତ ସମାନ ଅଟେ l

* ଟମାଟୋ -ଟମାଟୋରେ ଗୋଟିଏ ଖାସ ଆଣ୍ଟିଆକ୍ସିଡେଣ୍ଟ ରହିଛି ,ଯାହାର ନାମ ହେଉଛି ଲାଇକୋପୀନ l ଲାଇକୋପୀନ ଉପରେ ପୂର୍ବରୁ ଅନେକ ଗବେଷଣା ହୋଇ ସାରିଛି ,ଏହି ଗବେଷଣାରେ ସବୁ ଜଣାପଡିଛି ଯେ ଲାଇକୋପୀନ ଖାଇବା ଦ୍ୱାରା ହୃଦଘାତ ପାଇଁ ଥିବା ବିପଦ ଦୂର ହୋଇଥାଏ l ତେଣୁ ନିୟମିତ ଟମାଟୋରେ ସାଲାଡ଼ ଓ ସୁପ ଇତ୍ୟାଦି ପ୍ରସ୍ତୁତ କରି ଖାଇବା ଆବଶ୍ୟକ l ଲାଇକୋପୀନ ଦ୍ୱାରା କର୍କଟ ରୋଗର ବିପଦ ମଧ୍ୟ ଦୂର ହୋଇଥାଏ l

* ଚିନାବାଦାମ -ଚିନାବାଦାମ ହୃତ୍ପିଣ୍ଡ ପାଇଁ ରାମବାଣ ସଦୃଶ l କିନ୍ତୁ ଚିନାବାଦାମକୁ ଭାଜିକି ଖାଇବା ପରିବର୍ତେ ସିଝାଇ ଖାଇବା ଉଚିତ l ଚିନାବାଦାମରେ ଥିବା ନାଲି ଚୋପାରେ ରିଜଭେରଟ୍ରଲ ନାମକ ତତ୍ୱ ରହିଛି ଯାହା ହୃତ୍ପିଣ୍ଡ ପାଇଁ ଆବଶ୍ୟକ l ଭଜା ଚିନାବାଦାମର ନାଲି ଚୋପା ବାହାର କରି ଆମେ ଫିଙ୍ଗି ଦେଇଥାଉ l ସେହି କାରଣରୁ ସିଝା ଚିନାବାଦାମ ଖାଇବା ଆବଶ୍ୟକ l ରେଡ ୱାଇନରେ ମଧ୍ୟ ରିଜଭେରଟ୍ରଲ ରହିଥାଏ ,କିନ୍ତୁ ଚିନାବାଦାମରେ ୱାଇନ ଠାରୁ ୫ଗୁଣ ଅଧିକ ମିଳିଥାଏ l

* ଗଜା ହୋଇଥିବା ରସୁଣ -ଆମେ ସମସ୍ତେ ପ୍ରତିଦିନ ରସୁଣ ଖାଇବା ସ୍ୱାସ୍ଥ୍ୟପକ୍ଷ ହିଅଟକାର ବୋଲି ଜାଣିଛି l କିନ୍ତୁ ରସୁଣ ପୁରୁଣା ହୋଇଯିବ ପରେ ସେଥିରେ ଗଜା ହୋଇଯାଇଥାଏ ଯାହାକୁ ଆମେ ଫିଙ୍ଗି ଦେଇଥାଉ l ଏହି ଗବେଷଣାରେ ଜଣା ପଡିଛି ଯେ ଗଜା ହୋଇଥିବା ରସୁଣ ହୃତ୍ପିଣ୍ଡ ପାଇଁ ଅତ୍ୟନ୍ତ ଉପକାରୀ ,ତେଣୁ ତାହାକୁ ଫିଙ୍ଗି ନଦେଇ ନିଜ ଖାଦ୍ୟରେ ସାମିଲ କରନ୍ତୁ l

* ଦହି -ଆମେରିକାର ହାର୍ଟ ଆଷୋସିୟସନ ଅନୁସାରେ ଜଣାପଡିଛି ଯେ ଯେଉଁ ଲୋକମାନେ ଦୁଇଦିନକୁ ଥରେ ୧୭୦ ଗ୍ରାମ ଦହି ଖାଇଥାନ୍ତି ସେମାନେ ମାନସିକ ଚିନ୍ତାରୁ ମୁକ୍ତି ପାଇବା ସହିତ ହୃଦଘାତରୁ ମଧ୍ୟ ଦୁରେଇ ରହିଥାନ୍ତି l ଦହି ଉଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ l ଦହିରେ ଥିବା ପୋଷାକ ତତ୍ୱ ହୃତ୍ପିଣ୍ଡ ପାଇଁ ଅତ୍ୟନ୍ତ ଜରୁରୀ ଅଟେ l

Show More

Related Articles

Back to top button