ଜୀବନଚର୍ଯ୍ୟା

ଗ୍ରୀଷ୍ମ ଋତୁରେ ଏହିସବୁ ଉପାୟରେ ସ୍ନାନ କରିବା ଦ୍ୱାରା : ଶରୀରକୁ ସତେଜତା ସହିତ ମାଂସପେଶୀ ଯନ୍ତ୍ରଣାରୁ ଆରାମ ମିଳେ ‌

ସ୍ନାନ କରିବା ଶରୀରପାଇଁ ଅତ୍ୟନ୍ତ ଆବଶ୍ୟକ l ଗାଧୋଇବା ଦ୍ୱାରା ଆମ ଶରୀର ସଫା ହେବ ସହିତ ମାନସିକ ସ୍ତରରେ ମଧ୍ୟ ଆମେ ସତେଜତା ଅନୁଭବ କରିଥାଉ l କିନ୍ତୁ ଗାଧୋଇବା ସମୟରେ ଆମେ ପାଣିରେ କିଛି ଏପରି ଜିନିଷ ମିଶାଇବା ବଶ୍ୟକ ଯାହା ଉଭୟ ମନ ଓ ଶରୀରକୁ ସତେଜ ରଖିବା ,ତା ସହିତ ଚର୍ମକୁ ମଧ୍ୟ ଅନେକ ଲାଭ ମିଳିବ

* ଗୋଲାପ ଜଳ-ଗାଧୋଇବା ପାଣିରେ ଗୋଲାପ ଜଳ ମିଶାଇବା ଦ୍ୱାରା ଶରୀର ସତେଜତା ଅନୁଭବ କରିଥାଏ l ତା ସହିତ ଶରୀରରୁ ଗ୍ରୀଷ୍ମ ଉତ୍ତାପରେ ବାହାରୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ l ଡାକ୍ତର ମାନଙ୍କ ମତରେ ଗୋଲାପ ଜଳ ମିଶା ପାଣିରେ ଗାଧୋଇବା ଦ୍ୱାରା ତ୍ୱଚାର ସମସ୍ୟା ମଧ୍ୟ ଦୂର ହୋଇଥାଏ l

* କର୍ପୁର -ଗାଧୋଇବା ପାଣିରେ କର୍ପୁରର ବ୍ୟବହାର ପୁରୁଣା ଯୁଗରୁ ରହି ଆସିଛି l ଏହା ଦ୍ୱାରା ଆପଣଙ୍କ ଶରୀରକୁ ଅନେକ ଲାଭ ମିଳିଥାଏ l ଗାଧୁଆ ପାଣିରେ ଦୁଇରୁ ତିନି ଖଣ୍ଡ ପୂଜାରେ ବ୍ୟବହାର ହେଉଥିବା କର୍ପୁର ମିଶାନ୍ତୁ l ଏହି ପାଣିକୁ ଗୋଟିଏ ରାତି ପର୍ଯ୍ୟନ୍ତ ଏହିଭଳି ରଖନ୍ତୁ l ଏହା ପରେ ସକାଳେ ଏଥିରେ ସ୍ନାନ କରିବା ଦ୍ୱାରା ଶରୀର ବଥା ଓ ମୁଣ୍ଡ ବଥା ଆଦି କମିଯାଇଥାଏ l

* ଫିଟିକିରି -ଫିଟିକିରି ଔଷଧିୟ ଗୁଣରେ ଭରପୁର ଅଟେ l କିନ୍ତୁ ଅଧିକାଂଶ ଲୋକ ଏବିଷୟରେ ଜାଣି ନାହାନ୍ତି l ଆୟୁର୍ବେଦରେ ଫିଟିକିରୀର ବ୍ୟବହାର ଗାଧୁଆ ପାଣିରେ କରାଯାଏ ,କାରଣ ଏହା ରକ୍ତ ସଂଚାଳନ କରିବା ସହିତ ଥକା ପଣ ଦୁରକରେ ଓ ମାଂସପେଶୀର ଯନ୍ତ୍ରଣାରୁ ଆରାମ ଦିଏ l

* ଲିମ୍ବପତ୍ର -ଯଦି ଆପଣଙ୍କୁ ଥକା ଲାଗୁଛି ତେବେ ଆପଣ କିଛି ଲିମ୍ବପତ୍ରକୁ ନେଇ ପାଣିରେ ଫୁଟାନ୍ତୁ l ଏହାକୁ ପରଦିନ ସକାଳୁ ଗାଧୋଇବା ବେଳେ ବ୍ୟବହାର କରନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କ ଚର୍ମରେ ହେଉଥିବା ବିଭିନ୍ନ ସଂକ୍ରମଣ ଦୂର ହେବ ସହିତ ଆରାମ ଲାଗିବ l

Show More

Related Articles

Back to top button