ସ୍ୱାସ୍ଥ୍ୟ

ପାଟିକୁ ସୁଆଦିଆ ଲାଗୁଥିବା ବୁଟ ଭଜାରେ ରହିଛି ସ୍ୱାସ୍ଥ୍ୟକର ଗୁଣ : ଜାଣନ୍ତୁ କେତେ ଖାଇବେ ଓ କିପରି ଖାଇବେ

ବୁଟ ଭଜା ଖାଇବାକୁ ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ଶରୀର ପକ୍ଷ ମଧ୍ୟ ସେତିକି ହିତକର l ବୁଟ ଭଜାରେ ପ୍ରୋଟିନ ,ଫାଇବର ,ମ୍ୟାଗନେସିୟମ ଓ କ୍ୟାଲସିୟମ ଭଳି ଜରୁରୀ ପୋଷକତତ୍ୱ ଭରିହୋଇ ରହିଛି l ନିକଟରେ ଭାରତୀୟ ଖାଦ୍ୟ ବିଶେଷଜ୍ଞ ମାନେ ବୁଟ ଭଜାକୁ ଖାଦ୍ୟରେ ସାମିଲ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି l ଏଥିରେ ରହିଥିବା ଭିଟାମିନ ଓ ମିନେରାଲସ ଶରୀରର ଅଧିକାଂଶ ରୋଗ ପାଇଁ ଲାଭ ଦାୟକ

ବିଶେଷ କରି ହୃଦ୍ଘାତ ଜନିତ ସମସ୍ୟାରୁ ଦୁରେଇ ରଖିବା ବୋଲି ଏହି ଗବେଷଣାରେ କୁହାଯାଇଛି l

* ବୁଟ ଭଜାରେ ଅଧିକ ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ ରହିଛି ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ l ମଧୁମେହ ରୋଗୀ ମାନଙ୍କ ପାଇଁ ବୁଟ ଭଜା ସନ୍ଧ୍ୟାବେଳର ଗୋଟିଏ ଭଲ ଜଳଖିଆ l କାରଣ ଏହା ପାଟିକୁ ସୁଆଦିଆ ଲାଗିବ ସହିତ ମଧୁମେହକୁ ନିୟନ୍ତ୍ରଣ ରଖିବ l

* ମ୍ୟାଗନେସିୟମ ଓ ଫୋଲେଟର ଗୋଟିଏ ଭଲ ସ୍ରୋତ ହେଉଛି ବୁଟ ଭଜା l ଏଥିରେ ହୃଦ୍ଘାତ ଜନିତ ସମସ୍ୟା କମ ହୋଇଥାଏ l ଖାଦ୍ୟ ବିଶେଷଜ୍ଞ ମାନଙ୍କ ମତରେ ଖରାପ କୋଲେଷ୍ଟ୍ରଲ ଯୋଗୁ ହୃଦଘାତ ଜନିତ ସମସ୍ୟା ଦେଖା ଦେଇଥାଏ l ବୁଟ ଭଜା ହୃଦଘାତ ଜନିତ ସମସ୍ୟା ପାଇଁ ହିତକର ହେବା ସହିତ ଖରାପ କୋଲେଷ୍ଟ୍ରଲକୁ ଶରୀରରୁ ଦୂର କରିଥାଏ ଓ ହୃତ୍ପିଣ୍ଡକୁ ସନ୍ତୁଳିତ ରଖେ l

* ବୁଟ ଭଜାରେ ଡାଇଟାରି ଫାଇବର ଭରପୁର ମାତ୍ରାରେ ରହିଛି l କୁହାଯାଏ ଯେ ଏଥିରେ ସ୍ଲୀୟୁବଲ ଓ ଇନ୍ସଲିଯୁବଲ ଦୁଇ ପ୍ରକାରର ଦୁଇ ପ୍ରକାରର ଫାଇବର ରହିଛି ଯାହା ମୋଟାପଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l

* ବୁଟ ଭଜାରେ ଉଚ ମାତ୍ରାର ଆଇରନ ଥିବା କାରଣରୁ ଶରୀରର ରକ୍ତ ହୀନତାକୁ ଦୂର କରିଥାଏ l ରକ୍ତ ହୀନତା ସହିତ ସଂଘର୍ଷ କରୁଥିବା ବ୍ୟକ୍ତି ମାନେ ବୁଟ ଭଜା ନିୟମିତ ଖାଇ ପାରିବେ l

* ବୁଟ ଭଜାରେ କାର୍ବୋ ହାଇଡ୍ରେଡ଼ ,ପ୍ରୋଟିନ ,କ୍ୟାଲସିୟମ ,ଆଇରନ ଓ ଭିଟାମିନ ମିଳିଥାଏ l ଏହି ସମସ୍ତ ଜିନିଷ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ l ତେଣୁ କମ ଇମ୍ୟୁନିଟି ଥିବା ଲୋକ ମାନେ ଓ ପ୍ରତେକ ସାଧାରଣ ବ୍ୟକ୍ତିଙ୍କ ପାଇଁ ଦିନକୁ ଏକମୁଠା ବୁଟ ଭଜା ଖାଇବା ଆବଶ୍ୟକ l

Show More

Related Articles

Back to top button