ଦେଶ ବିଦେଶମୁଖ୍ୟ ଖବର

ଗୁଡ଼ ଫ୍ରାଇଡେ କଣ ପାଇଁ ପାଳନ ହୁଏ ଓ ଏହାର ମହତ୍ୱ କଣ ?

ଅପ୍ରେଲ ମାସର ପ୍ରଥମ ଶୁକ୍ରବାର ଗୁଡ଼ ଫ୍ରାଇଡେ ପାଳନ କରାଯାଏ l ଚଳିତ ବର୍ଷ ଅପ୍ରେଲ ୨ ତାରିଖ ଦିନ ଗୁଡ଼ ଫ୍ରାଇଡେ ପଡୁଛି l ପ୍ରଭୁ ଯୀଶୁ ଯେଉଁଦିନ ନିଜର ଜୀବନ ବଳିଦାନ ଦେଇଥିଲେ ସେହିଦିନ ଶୁକ୍ରବାର ଥିଲା l ଏହି ତଥ୍ୟ ବାଇବେଲ ରୁ ମିଳିଛି

ସେଥିପାଇଁ ତାଙ୍କ ସ୍ମୃତିରେ ଗୁଡ଼ ଫ୍ରାଇଡେ ପାଳନ କରାଯାଏ l ବିଶ୍ୱର ସମସ୍ତ ସ୍ଥାନରେ ଏହାକୁ ଅଲଗା ଅଲଗା ଭାବରେ ପାଳିତ ହୁଏ l କେଉଁଠି ହୋଲି ଫ୍ରାଇଡେ ତ ଆଉ କେଉଁଠି ଗ୍ରେଟ ଫ୍ରାଇଡେ l ଆସନ୍ତୁ ଜାଣିବା ଏହି ବିଷୟରେ l

* ଗୁଡ଼ ଫ୍ରାଇଡେ କୁହା ଯିବାର କାରଣ ଏହା ଯେ ଏହି ଦିନ ଇସା ମସିହା ନିଜର ମୃତ୍ୟୁ ପରେ ଆଉଥରେ ଜୀବନ ଧାରଣ କରିଥିଲେ l ତା ସହିତ ଏହି ସନ୍ଦେଶ ଦେଇଥିଲେ ଯେ ସେ ସବୁବେଳେ ମନୁଷ୍ୟଙ୍କ ସହିତ ଅଛନ୍ତି ଓ ମଣିଷ ସମାଜର ସେବା କରିବା ପାଇଁ ସେ ଆସିଛନ୍ତି l ସେଥିପାଇଁ ଏହି ଦିନକୁ ଗୁଡ଼ ଫ୍ରାଇଡେ ,ବ୍ଲାକ ଫ୍ରାଇଡେ ଓ ଗ୍ରେଟ ଫ୍ରାଇଡେ କୁହାଯାଏ l

* ଗୁଡ଼ ଫ୍ରାଇଡେ ଦିନ ସମସ୍ତ ଭକ୍ତମାନେ ଚର୍ଚ୍ଚ ରେ ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରିଥାନ୍ତି l କିନ୍ତୁ ଏହିଦିନ ଘଣ୍ଟା ବଜା ଯାଇ ନଥାଏ l କେବଳ କାଠ ଦ୍ୱାରା ଖଟ ଖଟ ଶବ୍ଦ କରାଯାଇଥାଏ l ଏହାପରେ ଯୀଶୁଙ୍କ ପ୍ରତୀକ କ୍ରସକୁ ଚୁମ୍ବନ ଦେଇଥାନ୍ତି l

* କ୍ୟୁବାରେ ଗୁଡ଼ ଫ୍ରାଇଡେ ଦିନ ରାଷ୍ଟ୍ରୀୟ ଅବକାଶ ହୋଇଥାଏ l ରୋମାନ କାଥଲିକ ସମ୍ପ୍ରଦାୟର ଲୋକ ଗୁଡ଼ ଫ୍ରାଇଡେ ଉପବାସ ରହିଥାନ୍ତି l କେତେକ ଦେଶ ଏଭଳି ରହିଛି ଯେଉଁଠି ଦୋକାନ ବଜାର ବନ୍ଦ ରହିଥାଏ l ସିଙ୍ଗାପୁର ଏଠି ମଧ୍ୟରୁ ଗୋଟିଏ l ଏହିଦିନ ସିଙ୍ଗାପୁରରେ ରେଡ଼ିଓ ଓ ଟେଲିଭିଜନରୁ ବିଜ୍ଞାପନ ହଟାଇ ଦିଆଯାଏ l ବ୍ରିଟେନରେ ଏହି ଦିନ କୌଣସି ଘୋଡା ଦୌଡ଼ କରାଯାଏ ନାହିଁ l ଦିନ ସାରା ଚର୍ଚ୍ଚରେ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରାଯାଇ ଥାଏ l ଭାରତରେ ପ୍ରତେକ ଧର୍ମର ମହତ୍ୱ ରହିଛି l

Show More

Related Articles

Back to top button