ସ୍ୱାସ୍ଥ୍ୟ

ଚଟଣୀର ସ୍ୱାଦ ବଢ଼ୁଥିବା କଇଥରେ ରହିଛି ଚମତ୍କାରୀ ଗୁଣ : ପେଟ ରୋଗ ପାଇଁ ଦେଇଥାଏ ଉପଶମ

କଇଥ ନାମକ ଖଟା ଫଳଟି ସମଗ୍ର ଭାରତ ବର୍ଷରେ ଦେଖିବାକୁ ମିଳିଥାଏ l ଏହି ଫଳ ସାଧାରଣତଃ ଗ୍ରୀଷ୍ମ ଋତୁରେ ଦେଖିବାକୁ ମିଳେ ଓ ବାସ୍ନା ସହିତ ସ୍ଵାଦରେ ଭରପୁର ଅଟେ l ସେଥିପାଇଁ ଏହାକୁ ଚଟଣୀ ଭାବରେ ବ୍ୟବହାର କରାଯାଏ ଯାହା ଅତ୍ୟନ୍ତ ସ୍ୱାଦିଷ୍ଟ ଅଟେ

ଏହା ଚଟପଟl ସ୍ୱାଦ ଯୁକ୍ତ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ହିତକର ଅଟେ l ଆସନ୍ତୁ ଆଜି ଜାଣିବା କଇଥର ସ୍ୱାସ୍ଥ୍ୟକର ଗୁଣ l

* କଇଥ ନାମକ ଫଳରେ କାର୍ବୋହାଇଡ୍ରେଟ ଓ ପ୍ରୋଟିନ ନାମକ ପୋଷାକ ତତ୍ୱ ଭରି ହୋଇ ରହିଛି l ଏହା ବିଟା କେରୋଟିନ ,ଭିଟାମିନ ବି ,ଭିଟାମିନ ସି ,ଥାଇମିନ ଇତ୍ୟାଦିରେ ଭରପୁର ଅଟେ l ବିଭିନ୍ନ ପୋଷାକ ତତ୍ତ୍ୱରେ ଭରପୁର ହୋଇଥିବା କାରଣରୁ କଇଥ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ l ଏହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ l ତା ସହିତ ଭିଟାମିନ ସି ରେ ଭରପୁର ହୋଇଥିବା କାରଣରୁ ଏହା ସ୍ୱାସ୍ଥ୍ୟର ଗନ୍ତାଘର ଅଟେ l

* କଇଥ ଭଲ ପ୍ରତିରୋଧକ କ୍ଷମତା କାରଣରୁ ପାଚନ କ୍ରିୟାକୁ ଠିକ ଭାବରେ ତୁଲାଇ ଥାଏ l ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିବା ସହିତ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରେ l ଏହା କୋଷ୍ଠ କାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ l ପାଚନ କ୍ରିୟା ପାଇଁ ଉତ୍ତମ ଅଟେ l

* ଗ୍ରୀଷ୍ମ ଋତୁରେ ଦେଖା ଦେଉଥିବା ବିଭିନ୍ନ ରୋଗକୁ ଠିକ କରିବା ପାଇଁ କଇଥର ଘରୋଇ ଉପଚାର ମଧ୍ୟ କରାଯାଇଥାଏ l କଇଥ ଗଛରୁ ମିଳୁଥିବା ଏକ ଅଠାଳିଆ ପଦାର୍ଥ ରକ୍ତ ଶର୍କରାକୁ ନିୟନ୍ତ୍ରିତ କରିଥାଏ ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭ ଦାୟକ l ସେଥିପାଇଁ କଇଥ ସହିତ କଇଥ ଫଳର ବ୍ୟବହାର ମଧ୍ୟ ମଧୁମେହ ରୋଗ ପାଇଁ କରାଯାଏ l

* କଇଥ ହୃଦୟ ଜନିତ ରୋଗ ଓ ମୁଣ୍ଡ ବିନ୍ଧା ପାଇଁ ମଧ୍ୟ ଲାଭ ଦାୟକ l ଯଦି ଆପଣଙ୍କର ଉତ୍ତାପ କାରଣରୁ ମୁଣ୍ଡ ବିନ୍ଧା ହେଉଛି ତେବେ ଏହି ଫଳରେ ସର୍ବତ ପ୍ରସ୍ତୁତ କରି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଜନିତ ସମସ୍ୟା ଦୂର ହେବ l କଇଥରେ ଉଚ ମାତ୍ରାର ପ୍ରୋଟିନ ରହିଛି ,ଯେଉଁ କାରଣରୁ ଶରୀରକୁ ଶକ୍ତି ମିଳିଥାଏ l ତେଣୁକରି ଗ୍ରୀଷ୍ମ ଋତୁରେ ମିଳୁଥିବା ଏହି ଖଟା ଫଳଟିକୁ ନିଜ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟରେ ସାମିଲ କରନ୍ତୁ l

Show More

Related Articles

Back to top button