ସ୍ୱାସ୍ଥ୍ୟ

କଲରା ଖାଇବା ପରେ ସେବନ କରନ୍ତୁ ନାହିଁ ଏହିସବୁ ଖାଦ୍ୟ

କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ଶରୀର ପାଁଇ ଅନେକ ମାତ୍ରାରେ ଉପକାରୀ ହୋଇଥାଏ । ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଥାଏ । ରକ୍ତକୁ ପରିଷ୍କାର କରିବାରେ ମଧ୍ୟ ଏହା ସାହାର୍ଯ୍ୟ କରିଥାଏ । ସପ୍ତାହକୁ ଥରେ ନିହାତି କଲରା ଖାଇବା ଉଚିତ୍ । କିନ୍ତୁ ଆପଣ ଜାଣିଛନ୍ତି କି , କଲରା ଖାଇବା ପରେ ସଙ୍ଗେସଙ୍ଗେ ଅନ୍ୟ ଖାଦ୍ୟ ଖାଇବାକୁ ମନା କରାଯାଇଥାଏ ।

ତେବେ ଆସନ୍ତୁ ଜାଣିବା କଲରା ଖାଇବା ପରେ କେଉଁସବୁ ଖାଦ୍ୟକୁ ବାରଣ କରାଯାଇଥାଏ –

କ୍ଷୀର – କଲରା ଖାଇବା ପରେ ଆଦୌ କ୍ଷୀର ପିଇବା ଉଚିତ୍‌ ନୁହେଁ । ଏପରି କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । କଲରା ଖାଇବା ପରେ କ୍ଷୀର ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା, ଜଳାପୋଡା, ଗ୍ୟାସ୍‌ ହୋଇଥାଏ । ଏହାଛଡ଼ା ଖାଦ୍ୟ ସଠିକ୍‌ ଭାବେ ହଜମ ହୋଇନଥାଏ ।

ଦହି – କଲରା ତରକାରୀ କିମ୍ବା ଭଜା ଖାଇବା ପରେ ଦହି ଖାଇଲେ, ତ୍ୱଚା ଜନିତ ସମସ୍ୟା ହୋଇଥାଏ । ଚର୍ମ ରୋଗ ମଧ୍ୟ ହୋଇଥାଏ । ଦେହ କୁଣ୍ଡାଇ ହେବା ସହିତ ଚର୍ମରେ ନାଲି ଦାଗ ସୃଷ୍ଟି ହୁଏ । ଏହା ବ୍ୟତିତ କାଶ ମଧ୍ୟ ହୁଏ ।

ଭେଣ୍ଡି – କଲରା ଖାଇବା ପରେ ଭେଣ୍ଡି ଖାଇବା ଉଚିତ ନୁହେଁ । ଏହା ହଜମ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ । ପାଚକ ତନ୍ତ୍ର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ ।

ମୂଳା-କଲରା ଖାଇବା ପରେ ମୂଳା ଖାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଏସିଡିଟି ହୋଇଥାଏ । କଫ ସମସ୍ୟା ବୃଦ୍ଧି ପାଏ । ଛାତିରେ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ ।

 

Show More

Related Articles

Back to top button