Breaking PLUSବାଣିଜ୍ୟମୁଖ୍ୟ ଖବର

ଡିଜିସିଏର କଡା ନିର୍ଦ୍ଦେଶର ପ୍ରଭାବ, ସମସ୍ତ ଷ୍ଟେସନରେ ଯୋଗ୍ୟ ଇଞ୍ଜିନିୟର ନିୟୋଜିତ କଲେ ବିମାନ କମ୍ପାନି

ଡିଜିସିଏର କଡା ନିର୍ଦ୍ଦେଶର ପ୍ରଭାବ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ଏୟାରଲାଇନ୍ସ ନିଜର ସମସ୍ତ ଷ୍ଟେସନରେ ଯୋଗ୍ୟ ଇଞ୍ଜିନିୟରଙ୍କୁ ନିୟୋଜିତ କରିଛି ।

ନ୍ୟୁଜ୍ 18 ହିନ୍ଦୀର ରିପୋର୍ଟ ଅନୁସାରେ ଡିଜିସିଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ବିମାନ ଗୁଡିକରେ ଯାନ୍ତ୍ରିକ ତ୍ରୁଟିର ଘଟଣା ବଢିବା ପରେ ଏପରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜୁଲାଇ ୧୮ରେ ଡିଜିସିଏ ତଦନ୍ତ କରି କହିଥିଲା, ବିଭିନ୍ନ ବିମାନ କମ୍ପାନିର ଅପର୍ଯ୍ୟାପ୍ତ ଏବଂ ଅଯୋଗ୍ୟ ଇଞ୍ଜିନିୟର କର୍ମୀ ବିମାନର ପ୍ରସ୍ଥାନ ପୂର୍ବରୁ ସେଗୁଡିକୁ ଯାଞ୍ଚ କରି ମଞ୍ଜୁରୀ ଦେଉଥିଲେ । ଗତ ୪୫ ଦିନରେ ଭାରତୀୟ କମ୍ପାନି ଦ୍ୱାରା ପରିଚାଳିତ ବିମାନ ଗୁଡିକରେ ଯାନ୍ତ୍ରିକ ତ୍ରୁଟିର ଅନେକ ଘଟଣା ସାମ୍ନାକୁ ଆସିଥିଲା। ଏହାସହ ଜୁଲାଇ ୧୮ରେ ଡିଜିସିଏ ବିମାନ କମ୍ପାନି ଗୁଡିକୁ ନିର୍ଦ୍ଦେଶ ଦେଇ ୧୦ ଦିନ ମଧ୍ୟରେ ଯୋଗ୍ୟ ଇଞ୍ଜିନିୟରଙ୍କୁ ନିୟୋଜିତ କରିବାକୁ କହିଥିଲା।

Show More

Related Articles

Back to top button