ଖେଳ

ଆଇପିଏଲ : ଦିଲ୍ଲୀକୁ ପରାସ୍ତ କରି ବିଜୟ ହାସଲ କରିଛି କୋଲକାତା

ଆଜି ଆଇପିଏଲ ମ୍ୟାଚରେ ସାମ୍ନାସାମ୍ନୀ ହୋଇଛନ୍ତି କୋଲକତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ୍ । ଏହି ମ୍ୟାଚରେ ୩ ଓ୍ୱିକେଟରେ ବିଜୟୀ ହୋଇଛି କୋଲକତା ।

ଆଜି ମ୍ୟାଚରେ କୋଲକତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଦିଲ୍ଲୀ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୨୭ ରନ କରିଥିଲା । ୧୨୮ରନର ଏକ ଛୋଟିଆ ଲକ୍ଷ୍ୟର ପିଛା କରିବାକୁ ଯାଇ କୋଲକତାର ବ୍ୟାଟ୍ସମ୍ୟାନମାନେ ଦଳଗତ ପ୍ରଦର୍ଶନ କରି ୧୯ ତମ ଓଭରରେ ବିଜୟ ହାସଲ କରିନେଇଥିଲେ । ଦଳ ପକ୍ଷରୁ ନିତିଶ ରାଣା ୩୬, ଶୁଭମନ ଗିଲ ୩୦ ରନ ଓ ସୁନୀଲ ନାରିନ ୨୩ ରନ କରିଥିଲେ ।

ଏହି ବିଜୟ ସହ କୋଲକତା ୧୧ ମ୍ୟାଚରୁ ୫ ବିଜୟ ୬ ପରାଜୟ ସହ ୧୦ ପଏଣ୍ଟ ପାଇଛି । ଦିଲ୍ଲୀ ଏପର୍ଯ୍ୟନ୍ତ ୧୧ ମ୍ୟାଚ ଖେଳି ୮ ବିଜୟ, ୩ ପରାଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ।

Show More

Related Articles

Back to top button