ଦେଶମୁଖ୍ୟ ଖବର

ପାର୍ବଣରେ କୋଭିଡ ନିୟମର କଡାକଡି ପାଳନ ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ଦେଶରେ ଏଯାଏ କମିନି କରୋନା ଦ୍ୱିତୀୟ ଲହରର ପ୍ରକୋପ । ତେଣୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଆଗକୁ ଆସୁଛି ପାର୍ବଣ ଋତୁ । ଏହି ସମୟରେ କରୋନା ଗାଇଡଲାଇନକୁ ଅମାନ୍ୟ କଲେ ସ୍ଥିତି ବିଗିଡିବାର ସମ୍ଭାବନା ବହୁତ ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି।

ପାର୍ବଣରେ ଯେମିତି କୋଭିଡ ନିୟମ ସମସ୍ତେ ପାଳନ କରିବେ, ତା’ ଉପରେ ଗୁରୁତ୍ୱ ଦେବାକୁ ସେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ପରାମର୍ଶ ଦେଇଛନ୍ତି  । ସର୍ବସାଧାରଣରେ ଭିଡ଼କୁ ଯଥା ସମ୍ଭବ କମ କରିବା, ମାସ୍କ ଓ ସାମଜିକ ଦୂରତା ଭଳି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସେ କହିଛନ୍ତି ।

୨୮ ଅଗଷ୍ଟରେ ମଧ୍ୟ ଶ୍ରୀ ଭଲ୍ଲା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ପାର୍ବଣ ପାଇଁ ସତର୍କ କରାଇଥିଲେ । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଭଳି ବ୍ୟବସ୍ଥା ଲାଗୁ କରିପାରିବ ବୋଲି ସେ ଚିଠିରେ ଅବଗତ କରାଇଥିଲେ । ଏଥିର ମଧ୍ୟ ସକ୍ରିୟ କଣ୍ଟେନମେଣ୍ଟ ଜୋନ ଉପରେ ଫୋକସ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାବାଦ ରାଜ୍ୟ ସରକାରମାନେ ସବୁବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ସେ କହିଛନ୍ତି ।

କୋଭିଡର ଉଚିତ ବ୍ୟବହାର ହେଲା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜରର ବ୍ୟବହାର କରିବା । ରାଜ୍ୟ ସରକାର ଏହାପରେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେଇ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ଶ୍ରୀ ଭଲ୍ଲା କହିଛନ୍ତି । ସେ କହିଛନ୍ତି, “ବର୍ତ୍ତମାନ ଜାତୀୟ ସ୍ତରରେ ମହାମାରୀ ସ୍ଥିତିରେ ସ୍ଥିରତା ରହିବା ଭଳି ଦୃଶ୍ୟମାନ ହେଉଛି ।

ହାତ ଗଣତି ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଗୁଡ଼ିକ ପାର୍ବଣରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ କଟକଣା ଲାଗୁ କରିପାରିବେ । ସେହିପରି ସର୍ବସାଧାରଣରେ କୋଭିଡର ଉଚିତ ବ୍ୟବହାର ଠିକ ଭାବେ ପାଳନ କରାଯାଉଛି କି ନାହିଁ, ତା’ର ଯାଞ୍ଚ କରିବେ । ସମସ୍ତଙ୍କୁ ୫ ସୂତ୍ରୀ ମନ୍ତ୍ର ଉପରେ ଫୋକସ କରିବାକୁ ହେବ।”

ସଂକ୍ରମଣ କମ ଥିବା ଅଞ୍ଚଳରେ ମଧ୍ୟ ଟେଷ୍ଟିଂକୁ ଜୋରଦାର କରି ଲୋକଙ୍କ ଚାଲିଚଳନ ଉପରେ ନଜର ରଖିବାକୁ ହେବ । ସେହିପରି ସେଠାରେ ମଧ୍ୟ ମାସ୍କ ଠାରୁ ସାମାଜିକ ଦୂରତା ନିୟମକୁ ପାଳନ କରିବାକୁ ସମସ୍ତଙ୍କୁ ତାଗିଦ କରାଯିବ । ନିୟମ ଲାଗୁ କରିବାର ଦାୟିତ୍ୱ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କର ବୋଲି ଚିଠିରେ କୁହାଯାଇଥିଲା ।

Show More

Related Articles

Back to top button