ମନୋରଞ୍ଜନମୁଖ୍ୟ ଖବର

୯୩ ବର୍ଷ ବୟସରେ ଭେଟେରାନ ଅଭିନେତା ରମେଶ ଦେଓଙ୍କ ପରଲୋକ

୯୩ ବର୍ଷ ବୟସରେ ପ୍ରଯୋଜକ ତଥା ଭେଟେରାନ ଅଭିନେତା ରମେଶ ଦେଓଙ୍କ ପରଲୋକ । ସେ ବଲିଉଡ୍ ତଥା ମରାଠୀ ଚଳଚ୍ଚିତ୍ରର ଏକ ଚର୍ଚ୍ଚିତ ଚେହେରା ଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନାରହିଛି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମୁମ୍ବାଇ : ୯୩ ବର୍ଷ ବୟସରେ ପ୍ରଯୋଜକ ତଥା ଭେଟେରାନ ଅଭିନେତା ରମେଶ ଦେଓଙ୍କ ପରଲୋକ । ସେ ବଲିଉଡ୍ ତଥା ମରାଠୀ ଚଳଚ୍ଚିତ୍ରର ଏକ ଚର୍ଚ୍ଚିତ ଚେହେରା ଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନାରହିଛି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ମଙ୍ଗଳବାର ସନ୍ଧ୍ୟା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା ।

“ଆନନ୍ଦ” ଓ “ମେରେ ଅପନେ” ଚଳଚ୍ଚିତ୍ର ରମେଶଙ୍କୁ ସିନେ ଜଗତରେ ପରିଚିତ କରାଇଥିଲା । ସେ ତାଙ୍କ ଜୀବନକାଳ ମଧ୍ୟରେ ୪୫୦ରୁ ଅଧିକ ହିନ୍ଦୀ ଓ ମରାଠୀ ସିନେମାରେ କାମ କରିଛନ୍ତି, ଏହାଛଡା ରମେଶ ଅନେକ ଆଡଫିଲ୍ମ୍ ଓ ଟିଭି ସୋ ମଧ୍ୟ କରିଛନ୍ତି ।

ଅଭିନେତା ରମେଶ ଦେଓ  ମହାରାଷ୍ଟ୍ରର କୋଲହାପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଆରତୀ । 1962 ମସିହାରେ ଆସିଥିବା ତାଙ୍କ ଚଳଚ୍ଚିତ୍ର ବରଦକ୍ଷିଣା ଖୁବ୍ ହିଟ ହୋଇଥିଲା । ଏହି ଚଳଚ୍ଚିତ୍ର ସମୟରେ  ସୀମା ଦେଓଙ୍କ ସହ ତାଙ୍କର ଭେଟ ହୋଇଥିଲା । ପରବର୍ତ୍ତୀ ସମୟରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସୀମା ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ।

ରମେଶ ଦେଓ ଅମିତାଭ ବଚ୍ଚନ ଏବଂ ରାଜେଶ ଖାନ୍ନାଙ୍କ ଭଳି ପ୍ରଖ୍ୟାତ ଅଭିନେତାଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ଦୀର୍ଘ ୬୦ ବର୍ଷ ଧରି ସେ ଅଭିନୟ ଜଗତରେ ସକ୍ରିୟ ରହିଥିଲେ । ଏହି ଅଭିନେତା 280ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ତାଙ୍କର କିଛି ପ୍ରମୁଖ ସିନେମା ହେଉଛି ଖୁଦ୍ଦାର, ହଥକାଡି, ଜମିର, ପ୍ରେମ ନଗର, ଗୀତା ମେରା ନାମ, ବନଫୁଲ, ଦର୍ପଣ, ସରସ୍ବତୀଚନ୍ଦ୍ର, ମେହେରବାନ୍, କୁଦରତ କା କାନୁନ, ପ୍ୟାର କିୟା ହେ ପ୍ୟାର କରେଙ୍ଗେ, ତକଦିର, ଶ୍ରୀମାନ ଶ୍ରୀମତି, ଫକିରା, ସୁନହରା ସଂସାର, ହିରାଲାଲ୍ ପନ୍ନାଲାଲ୍, ଦିଲଜଲା, କୋରା କାଗଜ, କାସୌଟି, ଜମିନ ଆସମାନ, କର୍ମ ଯୁଦ୍ଧ, ମିଷ୍ଟର ଇଣ୍ଡିଆ, ଜୋରୁ କା ଗୁଲାମ, ଗୋରା, ଶେର୍ ଶିବାଜୀ ଇତ୍ୟାଦି।

 

Show More

Related Articles

Back to top button