Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଶୁକ୍ରବାର ଉତ୍ତର ଓ ଦକ୍ଷିଣରେ ବର୍ଷା

ଆସନ୍ତା ସପ୍ତାହରୁ କମିଯିବ ଶୀତ

ଶୁକ୍ରବାର ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ । ଶୁକ୍ରବାର ସକାଳୁ ୩୬ ଘଣ୍ଟା ଭିତରେ ଅଧିକ ବର୍ଷା ରହିଛି । ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା (୨୦ରୁ ୩୦ମିଲିମିଟର) ହେବ । କେନ୍ଦ୍ରାପଡ଼ା, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଶୁକ୍ରବାର ଓ ଶନିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳରେ ସ୍ୱଳ୍ପ (୫ରୁ ୧୦ମିମି) ବର୍ଷା ହୋଇପାରେ । ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ବିକ୍ଷିପ୍ତ ହାଲୁକା ବର୍ଷା (୫ମିମିରୁ କମ୍‌) ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଶୁକ୍ରବାର ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା, ପୁରୀର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ କୁଆପଥର ମାଡ଼ ସହ ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ କରିଛି ।

ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁସାରେ, ଶୁକ୍ରବାର ରାତିରେ ଉଭୟ ଉତ୍ତର ଓ ଦକ୍ଷିଣ ଓଡିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ରୁ ୫ଡିଗ୍ରୀ କମିପାରେ । ପରବର୍ତ୍ତୀ ୩ ଦିନରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣରେ କ୍ରମଶଃ ବଢ଼ିବ । ସୋମବାର ସୁଦ୍ଧା ଏଠାରେ ତାପମାତ୍ରା ପ୍ରାୟ ୩ଡିଗ୍ରୀ ବଢିବ । ଭୁବନେଶ୍ୱର ସମେତ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳରେ ଶୁକ୍ରବାର ଓ ଶନିବାର ଭିତରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ । ସୋମବାରଠାରୁ ତାପମାତ୍ରା ପୁଣି ବଢିପାରେ । ସେହିଭଳି ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁରରେ ଶୁକ୍ରବାର ରାତିରେ କୁହୁଡ଼ି ହୋଇପାରେ । ଉତ୍ତର ଓଡ଼ିଶାରେ ଗୁରୁବା ଓ ଶୁକ୍ରବାର ରାତିରେ କୁହୁଡି ବଢ଼ିବ । ଆସନ୍ତା ସପ୍ତାହରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଏଣୁ ଖରାଦିନିଆ ପନିପରିବା ଓ ଅନ୍ୟାନ୍ୟ ଫସଲ ଲଗାଇବା ପାଇଁ ଯୋଜନା କରିବାକୁ ପ୍ରଫେସର ପଶୁପାଳକ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।

Show More

Related Articles

Back to top button