ଖେଳ

କାର୍ଟିସ କ୍ୟାମ୍ଫରଙ୍କ ଦମଦାର ବୋଲିଂ

ଆୟର୍ଲାଣ୍ଡର ପେସ ବୋଲର କାର୍ଟିସ କ୍ୟାମ୍ଫରଙ୍କ ଦମଦାର ବୋଲିଂ । ଟି୨୦ ବିଶ୍ୱକପରେ ଆଜି କାର୍ଟିସ କ୍ୟାମ୍ଫର ୪ଟି ବଲରେ ୪ଟି ଉଇକେଟ ନେଇ ଇତିହାସ ରଚିଛନ୍ତି । ଟି୨୦ରେ ଏହି ଉପଲବ୍ଧି ହାସଲ କରିବାରେ ସେ ତୃତୀୟ ଏବଂ ବିଶ୍ୱକପରେ ପ୍ରଥମ ଖେଳାଳି ପାଲଟିଛନ୍ତି । ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ଆଫଗାନିସ୍ତାନ ସ୍ପିନର ରଶିଦ ଖାଁ ୨୦୧୯ରେ ଆୟର୍ଲାଣ୍ଡ ବିରୁଦ୍ଧରେ ୪ ବଲରେ ୪ ଉଇକେଟ ନେଇଥିଲେ । ସେହିପରି ବ୍ରେଟ ଲୀଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ସେ ବିଶ୍ୱକପରେ ହ୍ୟାଟ୍ରିକ ଉଇକେଟ ଅର୍ଜନ କରିଛନ୍ତି ।

ନେଦରଲାଣ୍ଡ ବିପକ୍ଷ ମ୍ୟାଚର ୧୦ମ ଓଭରରେ ଏକରମନ, ରୟାନ ଟେ ଡୋଶ୍ଚେଟ, ସ୍କଟ ଏଡୱାର୍ଡ୍ସ ଓ ରାୟଲଫ ଭେନ ଡର ମରୱେଙ୍କୁ କ୍ରମାଗତ ୪ଟି ବଲରେ ଆଉଟ କରିଥିଲେ । ନେଦରଲାଣ୍ଡ ୧୦୬ ରନରେ ଅଲଆଉଟ ହୋଇ ଯାଇଥିବା ଏବଂ ଆୟର୍ଲାଣ୍ଡକୁ ଏହି ମ୍ୟାଚକୁ ସହଜରେ ଜିତି ନେଇଥିଲା ।

Show More

Related Articles

Back to top button