ଓଡ଼ିଶାମୁଖ୍ୟ ଖବର

ମନୀଷ ମୃତ୍ୟୁ ମାମଲା : ୩ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ନେଲା ପୋଲିସ

ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ପଦାକୁ ଆସିପାରେ । ଆଜିଠୁ ତାଙ୍କୁ ହତ୍ୟା କରିଥିବା ୩ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ଜେଏମଏଫସି କୋର୍ଟ । ଝାରପଡ଼ା ଜେଲରେ ଇନଫୋସିଟି ଥାନା ପୋଲିସର ସ୍ପେଶାଲ୍ ଟିମ୍ ପହଞ୍ଚି ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ରିମାଣ୍ଡ ଅବଧି ସମୟରେ ପୋଲିସ ଅନେକ ଦିଗକୁ ନେଇ ଖୋଳତାଡ କରିବ । ଦରକାର ପଡ଼ିଲେ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ କରିପାରେ ପୋଲିସ । ୩ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ସ୍ପେଶାଲ୍ ସ୍କ୍ୱାଡ୍, ଏସିପି, ଆଇଆଇସି ଏମାନଙ୍କୁ ପଚରାଉଚରା କରିବେ ।

Show More

Related Articles

Back to top button