ସ୍ୱାସ୍ଥ୍ୟ

କରୋନା ସମୟରେ ଚିନ୍ତା ଶୂନ୍ୟ କରି ଭଲ ନିଦ ଦେଇଥାଏ ଏହି ଦେଶୀ ପାନୀୟ

କରୋନା ମହାମାରୀ ସମୟରେ ସମସ୍ତଙ୍କ ଜୀବନ ପ୍ରାୟ ପ୍ରଭାବିତ ହେଉଛି । ଆମେ ସମସ୍ତେ ଅସୁବିଧା ଦେଇ ଜୀବନ ବିତାଉଛୁ ଓ ଦୈନଦିନ ଜୀବନରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା କାରଣରୁ ଚିନ୍ତାରେ ରହୁଛୁ ।ଚିନ୍ତାରେ ରହିବା କାରଣରୁ ନିଦ୍ରା ହିନତାର ଶିକାର ହେବାକୁ ପଡୁଛି

ଗବେଷକ ମାନଙ୍କ ମତରେ ବର୍ତ୍ତମାନ ସ୍ଥିତିରେ ନିଦ୍ରା ହିନାତର ଶିକାର ହେବା ଶରୀର ପକ୍ଷରେ ଠିକ୍ ନୁହେଁ।ତେଣୁ ଗବେଷକ ମାନେ ପ୍ରାକୃତିକ ଖାଦ୍ୟ ,ପାନୀୟ ଓ ଉପାୟ ଦ୍ବାରା ଶରୀରକୁ ସୁସ୍ଥ ରଖିବାକୁ ପରାମର୍ଶ ଦେଉଛନ୍ତି । ବିଶେଷଜ୍ଞ ମାନେ କହିଛନ୍ତି ଯେ ନିଦ ଭଲ ହେବା ପାଇଁ ପ୍ରତୀକ ଦିନ ରାତରେ ପ୍ରାକୃତିକ ପାନୀୟ ପାଇବା ଆବଶ୍ୟକ,ଯାହା ଆମ ଶରୀରର ଇମ୍ୟୁନିଟି ବଢାଇ ଥାଏ ଓ ଭଲ ନିଦ ମଧ୍ୟ ହୋଇଥାଏ।

ଆମକୁ ଭଲ ନିଦ ଆସିବା ପାଇଁ ଆମ ଶରୀରରେ ହର୍ମୋଷ ସକ୍ରିୟ ହେବା ଆବଶ୍ୟକ । ତେଣୁ ପ୍ରତ୍ୟେକଦିନ ରାତିରେ ଗୋଟିଏ ଗ୍ଲାସ୍ କ୍ଷୀର,ଗୋଟିଏ ପାଚିଲା କଦଳୀ ଓ ୬ଟି ଅଲ୍ମଣ୍ଡ କୁ ଭଲରେ ପେଶି ଦିଅନ୍ତୁ ।ଭଲ ନିଦ ପାଇବା ପାଇଁ ଏହା ଏକ ପ୍ରାକୃତିକ ସୁଧ ପାନୀୟ ଅଟେ ।
ଏହି ପାନୀୟ ଆମ ଶରୀରରେ ହର୍ମୋସ କୁ ସକ୍ରିୟ କରି ଦେଇଥାଏ ଓ ଭଲ ନିଦ ଆସିବାରେ ସାହାଯ୍ୟ କରିଥାଏ ।ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହି ପାନୀୟ ଆପଣ ମାନଙ୍କୁ ଉତେଜନା ଓ ଚିନ୍ତା ମୁକ୍ତ କରିବା ସହିତ ସୁଖ ନିଦ୍ରା ପ୍ରଦାନ କରିବ ।

Show More

Related Articles

Back to top button