ଦେଶ

ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ । ଗତ ୩ଦିନ ହେବ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୨୦ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ହଜାର ୩୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୭ ଲକ୍ଷ ୯୧ ହଜାର ୬୧ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭୩ହଜାର ୮୮୯ରେ ରହିଛି । ଏଥିସହ ଦିନକରେ ୨୩୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହା ଭିତରେ ଚିନ୍ତା ବଢାଉଛି କେରଳ । ୨୪ ଘଣ୍ଟା ଭିତରେ କେବଳ କେରଳରୁ ୧୩ ହଜାର ୮୩୪ଜଣ ସଂକ୍ରମିତ ଚିହ୍ନଟ ହେବା ସହ ୯୫ ଜଣଙ୍କର ମୃତ୍ୟୁ ହୋଇଛି । କେରଳ ପରେ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଓ ମିଜୋରମରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ଅପରପକ୍ଷରେ ଦେଶରେ କରୋନା ଟିକାକରଣ କାଯ୍ୟକ୍ରମ ମଧ୍ୟ ଜୋରଦାର ଚାଲିଛି । ଆଜି ସୁଦ୍ଧା ଦେଶରେ ୮୯କୋଟି ୭୪ ଲକ୍ଷ ଡୋଜ ଟିକା ଦିଆଯାଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।

Show More

Related Articles

Back to top button