ମୁଖ୍ୟ ଖବର

ଆଜି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିବସ

ଆଜି ସାରା ଦେଶ ପାଇଁ ଏକ ପବିତ୍ର ଦିବସ । ଅକ୍ଟୋବର ୨ ତାରିଖ ଅର୍ଥାତ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିନ । ୧୮୬୯ ମସିହା ଅକ୍ଟୋବର ଦୁଇ ତାରିଖରେ ଗୁଜୁରାଟର ପୋର ବନ୍ଦର ଠାରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ । ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଆନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସେ ଛୋଟବେଳୁ ଫୁଟି ଉଠିଥିଲେ । ଆଇନ ପାଠ ସାରି ଦକ୍ଷିଣ ଆଫ୍ରିକାରେ ସେ ନିଜର ପେଶାଦାର ଜୀବନ ଆରମ୍ଭ କରିଥିଲେ । ୧୯୧୫ ମସିହାରେ ଭାରତ ଫେରି ଆସି ଦେଶର ସ୍ୱାଧିନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତ ଛାଡ ଆନ୍ଦୋଳନ କରି ସତ୍ୟ ଓ ଅହିଂସା ଅସ୍ତ୍ରରେ ଦେଶକୁ ସ୍ୱାଧୀନତା ଆଣିଥିଲେ ଗାନ୍ଧୀଜୀ । ସ୍ୱାଧୀନତା ପାଇଁ ନିଜ ଜୀବନକୁ ଭାରତ ମାତାର ମାଟିରେ ଉତ୍ସର୍ଗ କରି ଦେଇଥିଲେ ଏହି ମହାନ ଜନନାୟକ ।

ସେପଟେ ଆଜି ସମଗ୍ର ଦେଶରେ ପାଳିତ ହେଉଛି ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ୧୯୦୪ ମସିହାରେ ଆଜିର ଦିନରେ ଲାଲ ବାହାଦୂର ଶାସ୍ତ୍ରୀ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ । ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ । ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେ । ଦେଶ ସ୍ୱାଧୀନତା ଆଣିବାରେ ଥିଲା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା । ‘ଜୟ ଜବାନ, ଜୟ କିଷାନ’ ସ୍ଲୋଗାନ ପାଇଁ, ସେ ଆଜି ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛିନ୍ତ ।

Show More

Related Articles

Back to top button