Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଚୀନରେ ପୁଣି ଉପରମୁହାଁ ହେଲାଣି କରୋନା

ବେଜିଂ : ପୁଣି ଉପରମୁହାଁ ହେଲାଣି କରୋନା । ଯେଉଁଠି ଉତ୍ପତ୍ତି ହୋଇଥିଲା ଭୂତାଣୁ ଏବେ ସେଇଠି ଆତଙ୍କ ଖେଳାଇଛି । ଚୀନର ଉହାନ ସହରକୁ ପୁଣି କରୋନା ଫେରିଛି । ଉହାନ ସେହି ଅଞ୍ଚଳ ଯେଉଁଠି କରୋନାର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା ଏବଂ ପରେ ସାରା ବିଶ୍ୱକୁ ବ୍ୟାପିଥିଲା । ଯେତେ ଜିରୋ କୋଭିଡ଼ ପଲିସ ଆପଣାଇଲେ ବି କରୋନାକୁ ମାତ ଦେଇପାରୁନି ଚାଇନା । ଉହାନର ଜ୍ୟାଙ୍ଗାକ୍ରିୟା ଜିଲ୍ଲାରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।  ଫଳରେ ଦଶଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି । ସିନେମା ହଲ, ବାର ଓ କ୍ୟାଫେ ସବୁଗୁଡ଼ିକୁ ବନ୍ଦ କରାଯାଇଛି । ସେଠାରେ କରୋନାର ୪ଟି ମାମଲା ଚିହ୍ନଟ ହେଲାଣି । କରୋନାକୁ କାବୁ କରିବା ପାଇଁ ଦୋକାନ, ବଜାର ସମେତ ରେଷ୍ଟୁରାଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି । ଏଥିସହ ସଭାସ୍ଥଳ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

Show More

Related Articles

Back to top button