ସ୍ୱାସ୍ଥ୍ୟ

ଏହି ୫ଟି ସାମଗ୍ରୀ ବଢାଇଥାଏ ରୋଗ ପ୍ରତିରୋଧକ ଶକ୍ତି

ସଂକ୍ରମଣ ରୋକିବାରେ କରେ ସାହାଯ୍ୟ

ବର୍ତ୍ତମାନ ସମୟରେ ମୌସୁମିର ଆଗମନ ହେଉଛି। ଏହି ସମୟରେ ଆପଣଙ୍କର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ରହିବା ଆବଶ୍ୟକ। କାରଣ ସଂକ୍ରମଣ ସହ ଆମ ଶରୀରର ରୋଗ-ସହ ମୁକାବିଲା କରିବାକୁ ସେତିକି କ୍ଷମତା ଆବଶ୍ୟକ । ମଙ୍କିପକ୍ସ ଦେଶରେ ପ୍ରବେଶ କରିବା ସହ କୋଭିଡ ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ଏକ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ରୋଗରୁ ରକ୍ଷା ହୋଇପାରିବ। ତେବେ ଆମକୁ ଏପରି ଖାଦ୍ୟ ଖାଇବା ଉଚିତ୍‌ ଯାହା ଦ୍ବାରା ଆମ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ରୋଗ ସହ ଲଢି ପାରିବା। ତେବେ ଏପରି ପରିସ୍ଥିତିରେ ଆପଣ ଘରୋଇ ଜିନିଷର ସାହାଯ୍ୟ ନେଇ ପାରିବେ । ଚାଲନ୍ତୁ ଜାଣିବା ଏହି ବିଷୟରେ ….

ତୁଳସୀ: ତୁଳସୀ ଏକ ପବିତ୍ର ଗଛ । ଯାହା ଔଷଧ ଭାବରେ ପରିଗଣିତ ହୁଏ । ସାଧାରଣତଃ ଏହାକୁ ବ୍ୟବହାର କରିବା ଚାପରୁ ମୁକ୍ତି ମିଳିବା ସହ ଏବଂ ଶକ୍ତି ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ତୁଳସୀରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଏଜିଂ ଗୁଣ ରହିଥାଏ। ଯାହା ଶରୀରରେ କ୍ଷତିକାରକ ଜୀବାଣୁ ସହ ଲଢିଥାଏ ।

ଅଦା: ଅଦା ଏପରି ଏକ ପରିବା ଯେଉଁଥିରେ ସମସ୍ତ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ଏହା ବ୍ୟତୀତ ଅଦା ଶରୀରର ଟିସୁକୁ ପୋଷକ ତତ୍ତ୍ଵରେ ଉନ୍ନତି କରିଥାଏ । ଅଦା ଯୋଗୁଁ ଥଣ୍ଡା ଏବଂ ଫ୍ଲୁକୁ ଦୂରେଇ ରଖିବା ପାଇଁ ବହୁତ ସାହାଯ୍ୟ କରେ।

କଦଳୀ: କଦଳୀ ଏକ ଚମତ୍କାର ଫଳ। ଯେଉଁଥିରେ ଅନେକ ଔଷଧିୟ ଗୁଣ ରହିଛି । ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ମାଇକ୍ରୋବାୟଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏକ୍ସଟ୍ରାକ୍ଟ ଆପଣଙ୍କୁ ସଂକ୍ରମଣ ସହ ଲଢିବାରେ ସାହାଯ୍ୟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

ରସୁଣ: ରସୁଣ ହେଉଛି ଏକ ଚମତ୍କାର ଖାଦ୍ୟ। ଯାହାକୁ ଆପଣ ବିଶେଷ ଭାବରେ ବର୍ଷା ସମୟରେ ଆପଣଙ୍କ ଖାଦ୍ୟରେ ସାମିଲ୍‌ କରିବା ଉଚିତ୍‌। ରସୁଣରେ ଔଷଧିୟ ଗୁଣ ରୋଗ ସହ ଲଢିବାରେ ସାହାଯ୍ୟ କରେ । ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧ ଶକ୍ତି ବଢାଏ।

Show More

Related Articles

Back to top button