ଦେଶପାଣିପାଗସ୍ୱତନ୍ତ୍ର

ଭୂକମ୍ପରେ ଥରିଲା ଛତିଶଗଡ

ଭୂକମ୍ପରେ ଥରିଲା ଛତିଶଗଡ । ଗତକାଲି ରାତି ପ୍ରାୟ ୧୨ଟା ୫୬ ମିନିଟ୍‌ ସମୟରେ ଛତିଶଗଡରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି । ସେହିପରି ଏହାର ଗଭୀରତା ୧୬ କିଲୋମିଟର ରହିଥିଲା। ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଏହାର ଅକ୍ଷାଂଶ ୨୩.୩୧ ହୋଇଥିବାବେଳେ ଦ୍ରାଘିମା ରହିଛି ୮୨.୫୩। ତେବେ ଭୂକମ୍ପ ଫଳରେ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

Show More

Related Articles

Back to top button