ଦେଶସ୍ୱାସ୍ଥ୍ୟ

ଚୀନ୍‌ରେ ପୁଣି କାୟା ମେଲାଇଛି କରୋନା, ହୁ ହୁ ହୋଇ ବୃଦ୍ଧି ପାଉଛି ସଂକ୍ରମଣ

ଚୀନ୍‌ରେ ପୁଣି କାୟା ମେଲାଇଛି କରୋନା । ନିୟନ୍ତ୍ରଣ ବାହାରେ ସଂକ୍ରମଣ । ଚୀନ୍‌ରେ ଜିରୋ କୋଭିଡ୍ ନୀତି, ବ୍ୟାପକ କୋଭିଡ୍‌ କଟକଣା, ଲକ୍‌ଡାଉନ୍ ଓ କ୍ବାରେଣ୍ଟାଇନ୍ ବ୍ୟବସ୍ଥାକୁ ବିରୋଧ କରି ବ୍ୟାପକ ଜନ-ଆନ୍ଦୋଳନ ହେବାରୁ ସି ଜିନପିଙ୍ଗ ସରକାର ବାଧ୍ୟ ହୋଇ କଟକଣା କୋହଳ କରିଛନ୍ତି। କିନ୍ତୁ କୋଭିଡ୍ ସଂକ୍ରମଣ କମିବାର ନାଁ ଧରୁନି । ଶେଉଁଥି ପାଇଁ ସରକାର ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧାରେ ବୃଦ୍ଧି ଘଟାଇବା ସହ ଆଇସିୟୁ ସଂଖ୍ୟା ମଧିୟ ବୃଦ୍ଧି ପାଇଛି ।

ସୂଚନା ଅନୁଯାୟୀ, ରବିବାର ଦିନ ୮ ହଜାର ୬୨୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଟେଷ୍ଟ କରିବାକୁ କ୍ଲିିନିକ ବାହାରେ ଲାଗୁଛି ଲମ୍ବା ଲାଇନ୍‌ । ଡାକ୍ତରଖାନରେ ମଧ୍ୟ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢିବାକୁ ଲାଗୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିୟୁ ସଂଖ୍ୟା ବୃଦ୍ଧି କରାଯାଇଛି । କେବଳ ଟେଷ୍ଟ ପାଇଁ ନୁହେଁ ଔଷଧ ପାଇଁ ମଧ୍ୟ ଦୋକାନ ସାମ୍ନାରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ପର୍ଯ୍ୟପ୍ତ ଔଷଧ ନଥିବାରୁ ମହଜୁଦ ଥିବା ଔଷଧର ଦାମ୍‌ ମଧ୍ୟ ବଢିଯାଇଥିବା ଜଣାପଡିଛି । ଲୋକଙ୍କ ଆବଶ୍ୟକତାରକୁ ପୁରା କରିବାରେ ଫେଲ୍‌ ମାରୁଛି ଔଷଧ ଦୋକାନ ।

ରାଷ୍ଟ୍ରପତି ଜିନପିଙ୍ଗ ସରକାର ‌କୋଭିଡ୍ ସଂକ୍ରମଣ ରୋକିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଶାସକ କମ୍ୟୁନିଷ୍ଟ ଦଳ ଦୋକାନବଜାର ଓ ଯାତାୟାତ ଆଦି ବନ୍ଦ ନ କରି ସଂକ୍ରମଣ ବୃଦ୍ଧିକୁ ସହ୍ୟ କରିବ ବୋଲି ଜଣାପଡ଼ିଛି।ଗୁରୁବାର ଏହା ଉପରେ ଆଲୋଚନା ପାଇଁ ଏକ କ୍ୟାବିନେଟ୍ ବୈଠକ ଡକାଯାଇଥିଲା। ଏଥିରେ ହସ୍ପିଟାଲଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା, ଅଧିକ କର୍ମଚାରୀ ନିଯୁକ୍ତି କରିବା, ଆସିୟୁ ସଂଖ୍ୟା ଓ ଔଷଧ ଯୋଗାଣ ବୃଦ୍ଧି କରିବା ଆଦି ଉପରେ ନିଷ୍ପତ୍ତି ନିଆଯାଇଥିଲା।

Show More

Related Articles

Back to top button