ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସୁପ୍ରମିକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ପବ୍ଲିକ ଡିବେଟକୁ ଯଦି ନିମ୍ନସ୍ତରକୁ ନେଇଯିବ ତେବେ ତୁମକୁ ତା’ର ପରିଣାମ ଭୋଗିବାକୁ ପଡ଼ିବ। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ମନିଷ ସିସୋଦିଆଙ୍କୁ ଏମିତି କିଛି ଚେତାବନୀ ଦେଇଛନ୍ତି ସୁପ୍ରମିକୋର୍ଟ। ସିସୋଦିଆଙ୍କ ବିରୋଧରେ ହୋଇଥିବା ଏକ ମାନହାନି ମକଦ୍ଦମାକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନର ବିଚାର କରି ଏହା କହିଛନ୍ତି ସୁପ୍ରିମକୋର୍ଟ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମନିଷ ସିସୋଦିଆଙ୍କ ବିରୋଧରେ ଏକ ମାନହାନି ମକଦ୍ଦମା ରୁଜୁ କରିଥିଲେ। ଏହାକୁ ରଦ୍ଦ କରିବା ପାଇଁ ଗୌହାଟି ହାଇକୋର୍ଟ ଯାଇଥିଲେ ସିସୋଦିଆ। ହେଲେ ସେଠାରେ ସେ ନିରାଶ ହେବା ପରେ ସେ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ମହାଦୁର୍ନୀତି ଅଭିଯୋଗ ଆଣିବା ପରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ। ଏହି ମକଦ୍ଦମାକୁ ରଦ୍ଦ କରିବା ପାଇଁ ସିସୋଦିଆ ଗୌହାଟି ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମାଙ୍କ ସ୍ତ୍ରୀ ରିଙ୍କି ଭୁୟାଁ ଶର୍ମା ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସିଭିଲ ଜଜ ଗୁଆହାଟିଙ୍କ କୋର୍ଟରେ ରିଙ୍କି ଭୁୟାଁ ମାନହାନି ମକଦ୍ଦମା ଦାୟର କରିଛନ୍ତି ଏବଂ କ୍ଷତିପୂରଣ ବାବଦରେ ୧୦୦ କୋଟି ଟଙ୍କା ମଧ୍ୟ ଦାବି କରିଛନ୍ତି।

ରିଙ୍କି ପିପିଏ କିଟ ପ୍ରସଙ୍ଗରେ ଦିଲ୍ଲୀର ଡେପୁଟି ସିଏମ ଏବଂ ଏଏପି ନେତା ମନୀଷ ସିସୋଦିଆଆଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି। କୋଭିଡ୍ ସମୟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପିପିଇ କିଟ ଚୁକ୍ତି ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣଥିଲେ।

ସିସୋଦିଆ ଏକ ଗଣମାଧ୍ୟମ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ହିମନ୍ତ ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କର ବ୍ୟବସାୟିକ ଭାଗିଦାରୀ ସଂସ୍ଥାକୁ ୨୦୨୦ରେ ବଜାର ଦରଠାରୁ ଅଧିକ ମୂଲ୍ୟରେ ପିପିଇ କିଟ ଯୋଗାଣ ପାଇଁ ସରକାରୀ ଚୁକ୍ତିନାମା ଦେଇଛନ୍ତି।

ସିସୋଦିଆଙ୍କ ଏହି ବିବୃତ୍ତି ନେଇ ହିମନ୍ତ କହିଥିଲେ ଯେ ତାଙ୍କ ସ୍ତ୍ରୀ ଗୋଟିଏ ପଇସା ନ ନେଇ ସରକାରଙ୍କୁ ୧୫୦୦ ପିପିଇ କିଟ ଦାନ କରିଥିଲେ। ଏଭଳି ଅଭିଯୋଗ ନେଇ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ।

Show More

Related Articles

Back to top button