Breaking PLUSଦେଶମୁଖ୍ୟ ଖବର

2024ରେ କଂଗ୍ରେସ ସଫା ହେବା ନିଶ୍ଚିତ- ପିଏମ ମୋଦି

ଝାବୁଆ, 11 ଫେବୃଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, 2023ର ବିଧାନସଭା ନିର୍ବାଚନରେ କଂଗ୍ରେସର ଛୁଟି ହୋଇଯାଇଥିଲା । ଏବେ 2024ରେ କଂଗ୍ରେସ ସଫା ହେବା ନିଶ୍ଚିତ ଅଟେ । ସେ କହିଛନ୍ତି ଯେ, ସବୁଠୁ ପଛୁଆ ଓ ବଂଚିତଙ୍କ କଲ୍ୟାଣ, ଆମ ସରକାରଙ୍କ ପ୍ରାଥମିକତା ଅଟେ ।
ପ୍ରଧାନମନ୍ତ୍ରୀ ମୋଦି ରବିବାର ଦିନ ମଧ୍ୟପ୍ରଦେଶ ଗସ୍ତ ସମୟରେ ଝାବୁଆର ଗୋପାଳପୁରାରେ ଆୟୋଜିତ ଆଦିବାସୀ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ମଧ୍ୟପ୍ରଦେଶରେ 2024 ଲୋକସଭା ନିର୍ବାଚନ ପ୍ରଚାରର ଆରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମକୁ ଆସିଥିବା ଲୋକଙ୍କୁ ଗୁଜରାଟୀ ଭାଷାରେ ଅଭିବାଦନ କରିଥିଲେ ପିଏମ ମୋଦି । ସେ କହିଥିଲେ ଯେ, ଝାବୁଆ ମଧ୍ୟପ୍ରଦେଶ ସହିତ ଯେତିକି ଜଡିତ, ଗୁଜରାଟ ସହିତ ସେତିକି ଜଡିତ । ଏଠାରେ ରହିଥିବା ବେଳେ ମୋତେ ଏଠାକାର ଜନଜୀବନ ଓ ପରମ୍ପରାକୁ ନିକଟରୁ ଯୋଡି ହେବାର ସୁଯୋଗ ମିଳିଥିଲା । ଆପଣଙ୍କ ମଧ୍ୟକୁ ଆସି ସେହି ଭାବ ତାଜା ହୋଇଯାଇଛି । ଆଜିକାଲି ଏହି ଅଞ୍ଚଳରେ ଭାଗୋରିଆ ପାଇଁ ପ୍ରସ୍ତୁତି ଚାଲିଥିବ। ମୁଁ ଆପଣ ସମସ୍ତଙ୍କୁ ଭାଗୋରିଆର ଶୁଭ କାମନା ଜଣାଉଛି । ଭାଗୋରିଆ ପୂର୍ବରୁ, ମୋତେ ଆପଣମାନଙ୍କ ପାଦରେ ଅନେକ ଉପହାର ହସ୍ତାନ୍ତର କରିବାର ସୌଭାଗ୍ୟ ମିଳିଛି ।
ପ୍ରଧାନମନ୍ତ୍ରୀ ଏଠାରେ ଏଥର 4ଶହ ପାର୍ ନାରା ଦେଇଥିଲେ । ପିଏମ କହିଥିଲେ ଯେ, ଏନଡିଏର 4ଶହ ପାର କଥା ବି ମୁଁ ଶୁଣୁଛି । କିନ୍ତୁ ବିଜେପି ଏକୁଟିଆ 370 ପାର୍ କରିବ ।

Show More

Related Articles

Back to top button