Breaking PLUSଦେଶମୁଖ୍ୟ ଖବର

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ରାମଭାଓ ବୋଂଡାଲେଙ୍କ ବିୟୋଗ

ନାଗପୁର, 11 ଫେବୃଆରୀ – ଆରଏସଏସର ବରିଷ୍ଠ ପ୍ରଚାରକ ରାମକୃଷ୍ଣ ବିଶ୍ୱନାଥ ବୋଂଡାଲେଙ୍କ ରବିବାର ଦିନ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 99 ବର୍ଷ ବୟସ ହୋଇଥିଲା । ନାଗପୁର ସ୍ଥିତ ସଂଘ ମୁଖ୍ୟାଳୟରେ ସକାଳ ପ୍ରାୟ 10.15 ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ବର୍ଷ ହେବ ସେ ସଂଘ ମୁଖ୍ୟାଳୟରେ ହିଁ ରହୁଥିଲେ ।
ସଂଘର ମୁଖ୍ୟାଳୟକୁ ଆସୁଥିବା କୌଣସି ଅତିଥି ରାମାଭାଓଙ୍କୁ ବିନା ଭେଟି ଯାଉନଥିଲେ । ରାମାଭାଓ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ଜାମସଂଣ୍ଡେ ଗାଁରେ 1925, ଏପ୍ରିଲ 22ରେ ହୋଇଥିଲା । ସଂଘର ସ୍ଥାପନା ସେପ୍ଟେମ୍ବର 1925ରେ ହୋଇଥିଲା । ରାମାଭାଓଙ୍କ ସ୍କୁଲ ଶିକ୍ଷା ପ୍ରଥମେ ଅହମଦନଗର ଓ ପରେ ଅଂମଳନେରରେ ହୋଇଥିଲା । ଅଂମଳନେରରେ ସେ ମାଟ୍ରିକ ପାସ୍ କରିଥିଲା । ଏହାପରେ ୱର୍ଦ୍ଧା ସ୍ଥିତ ଜିଏସ କଲେଜରୁ ସେ ବିକମ ଡିଗ୍ରୀ ହାସଲ କରିଥିଲେ । ଶିକ୍ଷା ପୂରଣ କରିବା ପରେ 1946ରେ ରାମଭାଓ ସଂଘର ପ୍ରଚାରକ ହେବାକୁ ନିଷ୍ପତ୍ତି ନେଇଥିଲେ । ଗତବର୍ଷ ରାମଭାଓ ସ୍ୱାଧୀନତା ଦିବସରେ ସଂଘ ମୁଖ୍ୟାଳୟରେ ରାଷ୍ଟ୍ରଧ୍ୱଜ ଉତ୍ତୋଳନ କରିଥିଲେ ।

Show More

Related Articles

Back to top button